କଟକରେ ଖେଳିବା ପରେ ରାହୁଲଙ୍କୁ ପଛରେ ପକାଇଲେ ରୋହିତ ଶର୍ମା

କଟକ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ରୋହିତ ଶର୍ମା ଶତକ ହାସଲ କରିଥିଲେ। ରବିବାର (ଫେବ୍ରୁଆରି ୯) କଟକର ବାରବାଟୀ ଷ୍ଟାଡିୟମରେ ୩୦୫ରନର ପିଛା କରି ୩୭ବର୍ଷୀୟ ଡାହାଣହାତୀ ବ୍ୟାଟସମ୍ୟାନ ଭାରତ ପାଇଁ ଇନିଂସ ଆରମ୍ଭ କରିଥିଲେ। ୧୨ଚୌକା ଏବଂ ୭ ଛକା ସହାୟତାରେ ସେ ୧୧୯ ରନ କରିପାରିଥିଲେ। ଏହି ଶତକ ସହିତ ସେ ଅନେକ ରେକର୍ଡ ଭାଙ୍ଗିଛନ୍ତି।ରବିବାର ଦିନ ରୋହିତ ୨୨ ରନ ଅତିକ୍ରମ କରିବା ପରେ, ସେ ପୂର୍ବତନ ଭାରତୀୟ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ (୧୦,୮୮୯ ରନ) ପଛରେ ପକାଇ ଦେଇଥିଲେ। ଏହା ଫଳରେ ରୋହିତ୍ ଖେଳର ୫୦ ଓଭର ଫର୍ମାଟରେ ୧୦ମ ସର୍ବାଧିକ ରନ ସ୍କୋରର ହୋଇଥିଲେ। ୨୩ ଜୁନ୍ ୨୦୦୭ରେ ଆୟରଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଦିନିକିଆ ଡେବ୍ୟୁ କରିବା ପରଠାରୁ, ରୋହିତ ୨୬୭ ମ୍ୟାଚ୍ ଖେଳିଛନ୍ତି ଏବଂ ତାଙ୍କ ନାମରେ ୧୦,୯୮୭ ରନ୍ ଅଛି ।

୧.ସଚିନ ତେନ୍ଦୁଲକର (ଭାରତ) – ୧୮,୪୨୬୨.

୨.କୁମାର ସାଙ୍ଗାକାରା (ଶ୍ରୀଲଙ୍କା, ଏସିଆ, ଆଇସିସି) – ୧୪,୨୩୪୩.

୩. ବିରାଟ କୋହଲି (ଭାରତ) – ୧୩, ୯୦୪୪.

୪. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ, ଆଇସିସି) – ୧୩,୭୦୪୫.

୫. ସନଥ ଜୟସୂର୍ଯ୍ୟ (ଶ୍ରୀଲଙ୍କା, ଏସିଆ) – ୧୩,୪୩୦୬.

୬. ମହେଲା ଜୟୱାର୍ଡେନ (ଶ୍ରୀଲଙ୍କା, ଏସିଆ) – ୧୨,୬୫୦୭.

୭. ଇନଜାମାମ-ଉଲ-ହକ୍ (ପାକିସ୍ଥାନ, ଏସିଆ) – ୧୧,୭୩୯୮.

୮. ଜ୍ୟାକୁସ୍ କଲିସ୍ (ଦକ୍ଷିଣ ଆଫ୍ରିକା, ଆଫ୍ରିକା, ଆଇସିସି) – ୧୧,୫୭୮୯

୯. ସୌରଭ ଗାଙ୍ଗୁଲି (ଭାରତ, ଏସିଆ) – ୧୧,୩୬୩୧୦.

୧୦. ରୋହିତ ଶର୍ମା (ଭାରତ) – ୧୦,୯୮୭୧୧.

୧୧. ରାହୁଲ ଦ୍ରାବିଡ (ଭାରତ, ଏସିଆ, ଆଇସିସି) – ୧୦,୮୮୯

Leave a Reply

Your email address will not be published. Required fields are marked *