ବାରବାଟୀ ବଦନାମ ହେବା ପରେ… ପଛରେ ପଡିଗଲେ ପାକିସ୍ତାନୀ କ୍ରିକେଟ୍ ପ୍ରେମୀ

କଟକ: ବାରବାଟୀରେ ଲାଇଟ୍ କଟିଲା, ସାରା ବିଶ୍ବରେ ଚର୍ଚ୍ଚା ହେଲା । ପୁଣି ବାରବାଟୀ ବଦନାମ ହେବା ପରେ ଏବେ ଫ୍ଲଡ୍ ଲାଇଟ ଲିଭିବା କଥାକୁ ନେଇ ସବୁ ମହଲରେ ନିନ୍ଦା କରାଯାଉଛି । ଓଡିଶାରେ ତ ଆଲୁଅ ଲିଭିବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି ହେଲେ ଏ ଲାଇଟ୍ ଲିଭା କଥା ଓଡିଶା ଡେଇଁ ପାକିସ୍ତାନ ପହଞ୍ଚିଲାଣି । ପାକିସ୍ତାନର କ୍ରିକେଟ୍ ପ୍ରେମୀ ନିଜ କଥା ଛାଡି ଓଡିଶାର ଲାଇଟ୍ ଲିଭା କଥା ଉପରେ ଭାରି ଚର୍ଚ୍ଚା କରୁଛନ୍ତି । ଯାହା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ । କଟକରେ ଇଂଲଣ୍ଡ ବିପକ୍ଷରେ ଏକ ବୃହତ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ଧୂଆଁଧାର ଖେଳି ଘରୋଇ ମାଟିରେ ବ୍ରିଟିଶ ବାହିନୀଙ୍କୁ କେମିତି ଧୂଳି ଚଟେଇଲା ରୋହିତ ଟିମ୍ ସେକଥା କାହାରି ମୁହଁରେ ଶୁଣିବାକୁ ମିଳୁନି କିନ୍ତୁ ବାରବାଟୀ ବିଜୟରେ ଭାରତର ପ୍ରଦର୍ଶନକୁ ଛାଡି ଲାଇଟ୍ ଲିଭିବା ଘଟଣାକୁ ଚର୍ଚ୍ଚା କରିବା ସହ କଟାକ୍ଷ କରିଛନ୍ତି ପାକିସ୍ତାନର ପ୍ରଶଂସକ ।ବିସିସିଆଇକୁ ଫ୍ଲଡ ଲାଇଟର ଫଟୋ ଟ୍ୟାଗ୍ କରି କିଛି ପାକିସ୍ତାନୀ ଫ୍ୟାନ୍ ଲେଖିଛନ୍ତି ‘କିଛି ଚାଇନା ଫ୍ଲଡ ଲାଇଟ୍ ସେମାନଙ୍କୁ ପଠେଇଦିଅ… ‘, ଆଉ କିଛି ଲେଖିଛନ୍ତି ’ଖାଲି ନାଁକୁ ଧନୀ କ୍ରିକେଟ୍ ବୋର୍ଡ’, ଏବଂ ’କିଏ ସେ ଇଲେକ୍ରିସିଆନ’ ପରି କଟାକ୍ଷ କରିଛନ୍ତି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *