ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ମିଳିତ ଭାବରେ ଆଇଟିଇଆର ସୁବିଧା ପରିଦର୍ଶନ କରିଛନ୍ତି

ନୁଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି, ମହାମହିମ ଇମାନୁଏଲ ମାକ୍ରନ ଆଜି ପୂର୍ବାହ୍ଣରେ ମିଳିତ ଭାବରେ କାଡାରାଚେରେ ଥିବା ଇଣ୍ଟରନାସନାଲ୍ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ୍‌ ରିଆକ୍ଟର [ଆଇଟିଇଆର] ପରିଦର୍ଶନ କରିଥିଲେ। ନେତାମାନଙ୍କୁ ଆଇଟିଇଆର ର ଡାଇରେକ୍ଟର ଜେନେରାଲ୍ ସ୍ୱାଗତ କରିଥିଲେ। ଏହା କୌଣସି ରାଷ୍ଟ୍ରମୁଖ୍ୟ କିମ୍ବା ସରକାର ମୁଖ୍ୟଙ୍କ ଦ୍ୱାରା ଆଇଟିଇଆର କୁ ପ୍ରଥମ ଗସ୍ତ ଥିଲା – ଯାହା ଆଜି ବିଶ୍ୱର ସବୁଠାରୁ ମହତ୍ୱାକାଂକ୍ଷୀ ଫ୍ୟୁଜନ୍ ଶକ୍ତି ପ୍ରକଳ୍ପ ମଧ୍ୟରୁ ଅନ୍ୟତମ। ଗସ୍ତ ସମୟରେ, ନେତାମାନେ ଆଇଟିଇଆର ର ଅଗ୍ରଗତିକୁ ପ୍ରଶଂସା କରିଥିଲେ, ଯେଉଁଥିରେ ବିଶ୍ୱର ସର୍ବବୃହତ ଟୋକାମାକର ସମାବେଶ ଅନ୍ତର୍ଭୁକ୍ତ, ଯେଉଁଠାରେ ବର୍ଣ୍ଣିଂ ପ୍ଲାଜମା ସୃଷ୍ଟି, ଧାରଣ ଏବଂ ନିୟନ୍ତ୍ରଣ କରି 500 ଏମଡବ୍ଲୁ ଫ୍ୟୁଜନ୍ ଶକ୍ତି ଉତ୍ପାଦନ କରାଯିବ। ନେତାମାନେ ପ୍ରକଳ୍ପରେ କାର୍ଯ୍ୟରତ ଆଇଟିଇଆର ଇଞ୍ଜିନିୟର ଏବଂ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ଗତ ଦୁଇ ଦଶନ୍ଧି ଧରି ଏହି ପ୍ରକଳ୍ପରେ ଯୋଗଦାନ ଦେଉଥିବା ସାତଟି ଆଇଟିଇଆର ସଦସ୍ୟଙ୍କ ମଧ୍ୟରେ ଭାରତ ଅନ୍ୟତମ। ପ୍ରାୟ 200 ଜଣ ଭାରତୀୟ ବୈଜ୍ଞାନିକ ଏବଂ ସହଯୋଗୀ, ଏବଂ ଏଲ୍‌ ଆଣ୍ଡ ଟି, ଆଇନକ୍ସ ଇଣ୍ଡିଆ, ଟିସିଏସ, ଟିସିଇ, ଏଚସିଏଲ୍‌ ଟେକ୍ନୋଲୋଜି ଭଳି ପ୍ରସିଦ୍ଧ ସଂସ୍ଥାମାନେ ଆଇଟିଇଆର ପ୍ରକଳ୍ପରେ ନିୟୋଜିତ ଅଛନ୍ତି ।

Leave a Reply

Your email address will not be published. Required fields are marked *