ବେଲଗୁଣ୍ଠାରେ ଶ୍ରୀଜଗନ୍ନାଥ ସ୍ୱାମୀଙ୍କ ବ୍ରହ୍ମ ମହୋତ୍ସବ ଓ ମା ମହାଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ଉତ୍ସବ

ବେଲଗୁଣ୍ଠା (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠା ବଡ଼ଦାଣ୍ଡ ବିଜେ ସ୍ଥିତ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ମନ୍ଦିରରେ ପ୍ରଭୁଙ୍କ ବ୍ରହ୍ମମୋହତ୍ସବ କାର୍ଯ୍ୟକ୍ରମ ସହିତ ଜଗନ୍ନାଥ ସ୍ୱାମୀଙ୍କ ମନ୍ଦିର ପାର୍ଶ୍ଵରେ ଗତ ଦୁଇ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ମାତା ଜଗତ ଜନନୀ ମହାଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ୱିତୀୟ ବାର୍ଷିକ ଉତ୍ସବ ଭାବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଗତ ବୁଧୁବାର ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ରବିବାର ଦିନ ଉଦଯାପିତ ହୋଇଯାଇଛି । ଶ୍ରୀ ଜଗନ୍ନାଥଙ୍କ ବ୍ରହ୍ମମୋହତ୍ସବ ଅବସରରେ ମନ୍ଦିର ସମ୍ମୁଖରେ ବିଭିନ୍ନ ରୀତିନୀତି ଅନୁଯାୟୀ ଯଜ୍ଞ ଆଦି କାର୍ଯ୍ୟକ୍ରମରେ ପଣ୍ଡିତ ଶ୍ୟାମସୁନ୍ଦର ପଣ୍ଡା ଓ ଅନ୍ୟ ପଣ୍ଡିତ ମାନେ ସହଯୋଗ କରିଥିଲେ ।  ଏହି ସ୍ୱତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅବସରରେ ପାଞ୍ଚ ଦିନ ବ୍ୟାପି ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଞ୍ଚ ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ମାଧ୍ୟମରେ ସୁନାମଧନ୍ୟ ପ୍ରବଚକ ଭାଜରାମ ଶତପଥି ଦିବ୍ୟ ପ୍ରବଚନ ପ୍ରଦାନ କରି ସହସ୍ରାଧିକ ଭକ୍ତଙ୍କୁ ଭକ୍ତିରସ ପାନ କରାଇଥିଲେ । ପରମାତ୍ମାଙ୍କ ଠାରେ ସମର୍ପଣ ଭାବ ସହିତ ନାମ ସ୍ମରଣ ମୋକ୍ଷ ପ୍ରାପ୍ତିର ଶ୍ରେଷ୍ଠ ମାର୍ଗ ବୋଲି ପ୍ରବଚନ ମାଧ୍ୟମରେ ମାର୍ଗ ପ୍ରଦର୍ଶନ କରାଇଥିଲେ । ଶେଷ ଦିନର କାର୍ଯ୍ୟକ୍ରମରେ ହୃଷିକେଶ ଆଶ୍ରମ ଦିବ୍ୟଜୀବନ ସଙ୍ଘର ସନ୍ଥ ସ୍ୱାମୀ ଧର୍ମନିଷ୍ଠାନନ୍ଦ ସରସ୍ୱତୀ ମହାରାଜ ଦିବ୍ୟ ଆଧ୍ୟାତ୍ମିକ ଆଶ୍ରିବଚନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *