ଭଞ୍ଜନଗର: ୨୦୧୯ ପୁଲୱାମା ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ୨୦୧୯ ମସିହାରେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଠାରେ ଭାରତୀୟ ଯବାନ ମାନଙ୍କ ଗାଡ଼ି ଉପରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ହୋଇଥିବା ଲୋମହର୍ଷଣକାରୀ ହମଲାରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶୁକ୍ରବାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗାଲେରି ବଜାର ଛକ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଓଡିଶା ସଂଗଠନ, ସମ୍ବାଦ ଆମ ଓଡ଼ିଶା ଓ ମୋ ଗାଁ ଗାଲେରି ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୬୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ବିଶେଷକରି ଗ୍ରାମାଞ୍ଚଳର ନୁତନ ରକ୍ତଦାତାଙ୍କୁ ଏଥିରେ ସାମିଲ କରିବା ପାଇଁ ପ୍ରୟାସ କରାଯାଇଥିଲା । ଗାଲେରୀ ସରପଞ୍ଚ ସୁମିତ୍ରା ଗୌଡ, ସମିତିସଭ୍ୟା ମାମାଜିନି ଗୌଡ, ଭାଜପା ମଣ୍ଡଳ ସଭାପତି ଅସିତ୍ କୁମାର ଗୌଡ, ପୂର୍ବତନ ସେନା କର୍ମଚାରୀ ତଥା ବିଶିଷ୍ଟ ସମାଜସେବୀ ରବିନ୍ଦ୍ର ଶତପଥୀ, ଗାଲେରୀ ମେଡିକାଲ ଅଧିକାରୀ ଡା.ସନାତନ ବେହେରା, ସୁଜିତ ପ୍ରଧାନ, ସୁର୍ଯ୍ୟନାରାୟଣ ଶତପଥୀ, ନାରାୟଣ ପାତ୍ର, ଶଙ୍କର୍ଷଣ ମହାରଥା, ଦୁର୍ଗାମାଧବ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଜିତେନ୍ଦ୍ର ସାହୁ, ସାଗର ମହାରଣା, ପ୍ରଦୀପ ଜେନା, ଅରକ୍ଷିତ ପରିଚ୍ଛା, ପ୍ରମୋଦ କୁମାର ପ୍ରଧାନ, ବିଶ୍ବମ୍ବର ଜେନା, ଗୋବିନ୍ଦ ନାୟକ, ଆଶିଷ ଗୌଡ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।ଭଞ୍ଜନଗର ରକ୍ତ ଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *