ମହାକୁମ୍ଭ : ଏପର୍ଯ୍ୟନ୍ତ ୫୦ କୋଟି ଲୋକ ବୁଡ଼ ପକାଇସାରିଲେଣି

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ଜାନୁଆରି ୧୩ ତାରିଖରୁ ଚାଲିଥିବା ମହାକୁମ୍ଭ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ବର୍ତ୍ତମାନ ସୁଦ୍ଧା ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ସ୍ନାନ କରିସାରିଲେଣି । ବିଶ୍ବ ଇତିହାସରେ ଏହାକୁ ସବୁଠାରୁ ବଡ଼ ଧାର୍ମିକ ସମାବେଶ ବୋଲି କୁହାଯାଉଛି । ଏହି ସମାବେଶର ବିଶାଳତା ଏହି କଥାରୁ ଅନୁମାନ କରାଯାଇପାରେ ଯେ ଏଠାକୁ ଆସୁଥିବା ଲୋକସଂଖ୍ୟାଠାରୁ ଅଧିକ ଜନସଂଖ୍ୟା ବିଶ୍ବରେ ମାତ୍ର ୨ଟି ଦେଶରେ ରହିଛି- ଭାରତ ଓ ଚୀନ ।ଏହି ସମାବେଶର ବିଶାଳତା ଏହି କଥାରୁ ଅନୁମାନ କରାଯାଇପାରେ ଯେ ଏଠାକୁ ଆସୁଥିବା ଲୋକସଂଖ୍ୟାଠାରୁ ଅଧିକ ଜନସଂଖ୍ୟା ବିଶ୍ବରେ ମାତ୍ର ୨ଟି ଦେଶରେ ରହିଛି- ଭାରତ ଓ ଚୀନ । ସେହିପରି ଆମେରିକା, ଇଣ୍ଡୋନେସିଆ, ପାକିସ୍ତାନ, ନାଇଜେରିଆ, ବ୍ରାଜିଲ, ବାଂଲାଦେଶ, ରୁଷିଆ ଓ ମେକ୍ସିକୋର ଜନସଂଖ୍ୟା କୁମ୍ଭରେ ହୋଇଥିବା ଜନସମାଗମଠାରୁ ବହୁ ପଛରେ ରହିଛି। ଏଥିରୁ ଜଣାପଡ଼ୁଛି ଯେ କୁମ୍ଭମେଳା ଆଉ କେବଳ ଏକ ପର୍ବ ନୁହେଁ, ବରଂ ସନାତନ ଧର୍ମର ବିଶାଳ ରୂପର ପ୍ରତୀକ ପାଲଟିଛି।ମହାକୁମ୍ଭ ଆରମ୍ଭ ହେବା ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକଳନ କରିଥିଲେ ଯେ ଏଥର ମୋଟ ଜନସମାଗମ ୪୫ କୋଟି ଟପିବ । କିନ୍ତୁ ଏହି ଆକଳନ ଗତ ଫେବ୍ରୁଆରି ୧୨ରେ ହିଁ ପୂରଣ ହୋଇଯାଇଥିଲା । ଏବେ କୁମ୍ଭକୁ ଆହୁରି ୧୨ ଦିନ ଥିବାବେଳେ ଓ ମହାଶିବରାତ୍ରୀର ଅମୃତ ସ୍ନାନ ଥିବାବେଳେ ମୋଟ ଜନସମାଗମ ୬୦ କୋଟି ଟପିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *