ଭଞ୍ଜନଗର ନୂତନ ଥାନା ଅଧିକାରୀ ଭାବେ ଜୀବନାନନ୍ଦ ଜେନାଙ୍କ ଦାୟିତ୍ଵ ଗ୍ରହଣ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଶୁକ୍ରବାର ଯୋଗ ଦେଇଛନ୍ତି ଜୀବନାନନ୍ଦ ଜେନା । ସୂଚନା ପ୍ରକାରେ ଶ୍ରୀ ଜେନା ପୂର୍ବରୁ କଟକ କ୍ରାଇମ୍ ବ୍ରାଞ୍ଚ ରେ କାର୍ଯ୍ୟରତ ଥିଲେ । ବହୁତ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲା ବଡଗଡ ଥାନାରେ ସୂଚାରୁ ରୂପେ ଦାୟିତ୍ଵ ସମ୍ପାଦନ କରିଛନ୍ତି । ଭଞ୍ଜନଗର ଥାନାରେ ପୂର୍ବରୁ କାର୍ଯ୍ୟରତ ଥାନାଧିକାରୀ କୁମର ମୁଦୁଲିଙ୍କ ଗଞ୍ଜାମ ଜିଲ୍ଲା ରମ୍ଭା ଥାନାକୁ ବଦଳି ହୋଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ଜେନାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି ଏବଂ ବିଦାୟୀ ଥାନାଧିକାରୀ ଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *