
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଶନିବାର ତାରାସିଙ୍ଗି ପୋଲିସ କୁଡୁତାଇ ପଞ୍ଚାୟତର ସୁତୁମୁସର ଗ୍ରାମର ନାରାୟଣ ଦଳେଇଙ୍କ ନିକଟରୁ ଭିନ୍ନ ଭିନ୍ନ ଆକାର ବିଶିଷ୍ଟ ପ୍ଲାଷ୍ଟିକ ବ୍ୟାରେଲ ରେ ୩୧୫ ଲିଟର ଅବୈଧ ମଦ ଏବଂ ୭ଟି ବିଭିନ୍ନ ବ୍ରାଣ୍ଡର ମଦ ବୋତଲରେ ୧.୨୬୦ ବିଦେଶୀ ମଦ, ୪୦ ଟି ୟୁଜ୍ ଆଣ୍ଡ ଥ୍ରୋ ଗ୍ଲାସ୍ ଏବଂ ଗୋଟିଏ ପ୍ଲାଷ୍ଟିକ ଫନେଲ ଜବତ କରାଯାଇଥିଲା । ତାରାସିଙ୍ଗି ପୋଲିସ କେସ ନଂ ୮୧/୨୫ ରୁଜୁ କରି ଓଡ଼ିଶା ଅବକାରୀ ଆଇନ ସେକ୍ସନ ୫୨(କ) ରେ ଅଭିଯୁକ୍ତ ନାରାୟଣ ଦଳେଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାରାସିଙ୍ଗି ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି ।