
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଏସଆଇ ସମୀର ସେଠୀ ଙ୍କୁ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ରବିବାର ସମ୍ବର୍ଦ୍ଧନା ଦିଆଯାଇଛି । ସୂଚନା ପ୍ରକାରେ ଶ୍ରୀ ସେଠୀ ପୂର୍ବରୁ ବୁଗୁଡ଼ା ଥାନା ରେ କାର୍ଯ୍ୟରତ ଥିଲେ । ସେ ଗଞ୍ଜାମ ପୋଲିସ ର ଦବଙ୍ଗ ଅଫିସର ଭାବେ ସାରା ଜିଲ୍ଲାରେ ବେଶ ପରିଚିତ । ରବିବାର ସଂଧ୍ୟାରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, କୋଷାଧକ୍ଷ ଅରକ୍ଷିତ ପରିଛା, ବିଶ୍ୱମ୍ବର ଜେନା, ନିଲୁ ବିଷୋୟୀ, ସୁବ୍ରତ କୁମାର ଦାଶ, ଦୀପକ କୁମାର ମହାନ୍ତି, ଉଦୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଭଞ୍ଜନଗର ରେ ଆଇନ ଶୃଙ୍ଖଳା ରକ୍ଷା ତାଙ୍କର ପ୍ରାଥମିକତା ରହିବା ସହ ଶ୍ରୀ ସେଠୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।