
ଆସିକା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଆସିକା ଉପଖଣ୍ଡ ପୋଲିସ ଆରାକ୍ଷୀ ଅଧିକାରୀ ଭାବେ ସନ୍ତୋଷ କୁମାର ଜେନା କାର୍ଯ୍ୟରେ ଯୋଗଦେଲେ । ଜଗତସିଂହପୁର ପି .ସି .ଆର ସେଲରେ ଡି ଏସ ପି ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଜେନାଙ୍କ ଆସିକା ବଦଳି ହେବା ପରେ ସେ ଏସ ଡି ପି ଓ ଗିରିଜା ପଟ୍ଟନାୟକ ଙ୍କ ଠାରୁ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି ।
ସେ ଯୋଗ ଦେବା ପୂର୍ବରୁ ଆସିକା ର ଆରାଧ୍ୟ ଦେବୀ ଖମ୍ବେଶ୍ୱରୀ, ସୋରଡ଼ା କାନ୍ଧୁଣି ଦେବୀ ଠାକୁରାଣୀ ଓ ବୀର ହନୁମାନ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ପ୍ରକାଶ ଥାଉକି ପୂର୍ବରୁ ସେ ଆସିକା ଥାନା ଅଧିକାରୀ ଭାବେ ୨୦୧୭-୨୦୧୯ (୧୫ ମାସ) କାର୍ଯ୍ୟକାଳ ମଧ୍ୟରେ ଗୁଣ୍ଡା ଗର୍ଦ୍ଧି, ମାଫିଆରାଜ୍, ହତ୍ୟାକାରୀ କୁ ଧରିବା, ଅପରାଧୀ ତତ୍ତ୍ୱକୁ ଦୃଢ ହସ୍ତରେ ଦମନ କରିବା ସହ ଅରାଜକତା ଉପରେ ଅଙ୍କୁଶ ଲଗାଇଥିଲେ ।
ସେପରି ଚୋରା ମଦ କାରବାର, ଟେଣ୍ଡର ଉପରେ ରୋକ ଲଗାଇଥିଲେ । ଦୀର୍ଘ ବର୍ଷ ଧରି ପଡି ରହିଥିବା ବଡ ବଡ ହତ୍ୟା ମାମଲାର ଫର୍ଦ୍ଧାଫାସ କରିବାରେ ସଫଳ ହେବା ସହ ଏନକାଉଣ୍ଟର କରି ଅଞ୍ଚଳରେ ଗୁଣ୍ଡା ମାନଙ୍କୁ ଏକପ୍ରକାର ତଡିପାର କରିବାରେ ସିଦ୍ଧହସ୍ତ ହୋଇଥିଲେ । ପୂର୍ବରୁ ସେ ସୋରଡା ଥାନା ଅଧିକାରୀ ଭାବେ ୨୦୧୩-୨୦୧୭ (ଚାରି ବର୍ଷ ଚାରି ମାସ) କାର୍ଯ୍ୟ କରିଛନ୍ତି ।
ଆସିକା ରେ ନୂତନ ଥାନା ମଧ୍ୟ ପ୍ରତିଷ୍ଠା କରିଛନ୍ତି l ଆସିକା, ସୋରଡ଼ା, ପାଟପୁର, ହିଞ୍ଜିଳି, ବେଲଗାଁ, ଧରାକୋଟ, ବଡ଼ଗଡ଼, ଶେରଗଡ଼ ଏବଂ କୋଟିନଡ଼ା ଥାନା ମିଶି ମୋଟ ୦୯ ଗୋଟି ଥାନା ଇଲାକା ଏବଂ ୦୬ ଗୋଟି ବ୍ଲକ, ୦୨ ଗୋଟି ଏନଏସି ଏବଂ ଗୋଟିଏ ପୌର ଅଞ୍ଚଳ କୁ ନେଇ ଶାନ୍ତି ଶୃଙ୍ଖଳା ରଖିବା ଉପରେ ଗୁରୁତ୍ୱ ଦେବାକୁ ହେବ ବୋଲି କହିଛନ୍ତି ।
ତେଣୁ ଅଞ୍ଚଳ ଉପରେ ତାଙ୍କ ଅନୁଭୂତି ରହିଥିବାରୁ ସେ ଆସିକା ଉପଖଣ୍ଡ ପୋଲିସ ଏରିଆରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା କରିବା ତାଙ୍କ ପ୍ରାଥମିକତା ହେବ ବୋଲି କହିଛନ୍ତି ।
ପୋଲିସ ଜନସାଧାରଣଙ୍କ ଅତି ନିକଟତର ହେବ ଓ ନ୍ୟାୟ ପ୍ରଦାନକୁ ପ୍ରାଧାନ୍ୟ ଦିଆଯିବ ଏବଂ ପୋଲିସ ଲୋକଙ୍କ ଶ୍ରଦ୍ଧା ଭାଜନ ହେବ ବୋଲି ଶ୍ରୀ ଜେନା ବିଶ୍ୱାସ ଜନ୍ମାଇଛନ୍ତି ।