ନୂତନ ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କୁ ୟୁଜେଏ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଉମାଶଙ୍କର ବେହେରା ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ବେହେରା ଘୁମୁସର ତହସିଲଦାର ଭାବେ ଏଠାରେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳରୂପେ ରୂପାୟନ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି।କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣଙ୍କୁ ଦଳଗତ ସ୍ବଚ୍ଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଭଞ୍ଜନଗର ଉପଜିଲ୍ଲାପାଳ ଥିବା ଅନିଲ କୁମାର ସେଠୀ ଓଡିଶା ବିଧାନସଭା ସରକାରୀ ମୁଖ୍ୟ ସଚେତକଙ୍କ ପ୍ରାଇଭେଟ ସେକ୍ରେଟାରୀ  ଭାବେ ବଦଳି ହୋଇଛି । ଆଜି ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖା ପକ୍ଷରୁ ନୂତନ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଉପଢୌକନ, ପୁଷ୍ପ ଗୁଛ ଓ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, କୋଷାଧ୍ୟକ୍ଷ ଅରକ୍ଷିତ ପରିଛା, ସୁବ୍ରତ କୁମାର ଦାଶ, ଉଦୟ କୁମାର ପଣ୍ଡା, ନିଲୁ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *