ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଉମାଶଙ୍କର ବେହେରା ଙ୍କ ଯୋଗଦାନ

ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ): ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଉମାଶଙ୍କର ବେହେରା ଗତକାଲି ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ବେହେରା ଭଞ୍ଜନଗର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ପ୍ରତିକ୍ରିୟା ରେ ଜଣାଇ ଅଛନ୍ତି । ସେ ସମସ୍ତ କର୍ମଚାରୀଗଣଙ୍କୁ ଦଳଗତ ସ୍ୱଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ଅମିତ ରଞ୍ଜନ ହୋତା, ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନିହାର ରଞ୍ଜନ ମହାନ୍ତି, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ କୁମାର ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ବଂଶୀଧର ବେହେରା, ଇଷ୍ଟାବ୍ଲିସମେଣ୍ଟ ଅଫିସର ଇନଚାର୍ଜ ଶ୍ରୀ ବନବିହାରୀ ସ୍ୱାଇଁ ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକଙ୍କ ସହ କାର୍ଯ୍ୟାଳୟର ସବୁ କର୍ମଚାରୀଗଣ ନୂତନ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ବହୁ ବୁଦ୍ଧିଜୀବୀଗଣ ଏବଂ ସାମ୍ବାଦିକ ବନ୍ଧୁଗଣ ନୂତନ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ପ୍ରକାଶ ଥାଉ କି, ଏହା ପୂର୍ବରୁ ଉପଜିଲ୍ଲାପାଳ ଥିବା ଶ୍ରୀ ଅନିଲ କୁମାର ସେଠୀ ଓଡିଶା ବିଧାନସଭା ମାନ୍ୟବର ସରକାରୀ ମୁଖ୍ୟ ସଚେତଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ବଦଳି ହୋଇଛି ଓ ଶ୍ରୀ ସେଠୀ ଓଡିଶା ବିଧାନସଭା ମାନ୍ୟବର ସରକାରୀ ମୁଖ୍ୟ ସଚେତକଙ୍କ ପ୍ରାଇଭେଟ ସେକ୍ରେଟାରୀ ରୂପେ ଭାବେ ଯୋଗଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *