
ଭୁବନେଶ୍ୱର /ବେଲଗୁଣ୍ଠା ( ଅମରେନ୍ଦ୍ର ପଟ୍ଟନାୟକ ): ଶନିବାର ସକାଳେ ଭୁବନେଶ୍ଵର କମିଶନରେଟ୍ ପୋଲିସ୍ର ଏକ ଟିମ୍ ବେଲଗୁଣ୍ଠା–ଜଗନ୍ନାଥପ୍ରସାଦ ରାସ୍ତାରେ ଥିବା ଏକ ଗ୍ୟାରେଜ୍ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଚଢାଉ ବେଳେ ଗ୍ୟାରେଜ୍ରୁ ହିରୋ କମ୍ପାନିର ତିନୋଟି ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ୍ ସହିତ ଚକ ଏବଂ ଯନ୍ତ୍ରପାତି ଅଲଗା ଅଲଗା ହୋଇଥିବା ଅନ୍ୟ ଏକ ମୋଟରସାଇକେଲ ଜବତ କରିଥିଲେ । ଜବତ ହୋଇଥିବା ଗାଡ଼ି ଗୁଡିକର ନମ୍ବର ଓଡି୩୨ଇ-୪୫୫୩, ଓଡି ୦୭ ଏନ୍-୯୭୭୫, ଓଡି ୦୭ ଏନ୍ -୯୭୭୫ ଏବଂ ଯନ୍ତ୍ରପାତି ଖୋଲା ଯାଇଥିବା ଗାଡିର ନମ୍ବର୍ ଓଡି ୦ ୨ପି-୫୫୬୭ ଓ ଏହି ମାଟରସାଇକେଲ୍ ଗୁଡ଼ିକୁ କୌଣସି ଚୋରି ଏଜେଣ୍ଟ ଏଠାରେ ବିକ୍ରି କରିଥିବା ବେଳେ ବିଭିନ୍ନ ଚୋରଙ୍କ ସୂଚନା ପ୍ରକ ପ୍ରକାରେ କମିଶନରେଟ୍ ପୋଲିସ୍ ଏଠାରେ ଠାରେ ଚଢାଉ କରିଥିଲା । ଏଥୁରୁ ଗୋଟିଏ ନମ୍ବରରେ ଦୁଇଟି ବାଇକ୍ ଥୁବା ସୂଚନା ମିଳିଛି । ଳିଛି । ବାଇକ୍ଗୁଡିକରେ ଗଂଜାମ, ଖୋର୍ଦ୍ଧା ଜିଲ୍ଲା ଅନୁସାରେ ଭିନ୍ନ ଭିର୍ନ୍ନ ଜ ଜାଲ୍ ନମ୍ବର୍ ସଂଯୋଗ କରାଯାଇ ଗାଡ଼ିଗୁଡିକ ବଜାରରେ ବୁଲୁଥିଲା । ଗାଡ଼ିଗୁଡିକୁ ଜବତ କରି କମିଶନରେଟ୍ ପୋଲିସ୍ ବେଲଗୁଣ୍ଠା ଥାନାରେ ଜିମା ଦେଇ ତାରସିଂ ଥାନା ଅଞ୍ଚଳରେ ଆଉ କିଛି ଗାଡ଼ି ଥିବା ସନ୍ଦେହ କରି ଚୋରକୁ ନେଇ ସେ ସେଠାକୁ ଯାଇ ସନ୍ଧ୍ୟାରେ ଭୁବନେଶ୍ଵର ଫେରିଥିବା ଜଣାପଡିଛି । ଚଢାଉରେ ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ ଭଞ୍ଜନଗର ଏବଂ ତାରାସିଂ ପୋଲିସ ସହଯୋଗ କରିଥିଲେ । ଗ୍ୟାରେଜ୍ ମାଲିକକୁ ପୋଲିସ ସାଙ୍ଗରେ ନେଇ ଯାଇଥିବା ବେଳେ ତା’ଠାରୁ ଗାଡ଼ିର ବିକା କିଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବାର ସମ୍ଭାବନା ଅଛି ।