ଭଞ୍ଜନଗର: କୁଲାଡ ଏନ୍ ୟୁ ପି ଏସ୍ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଲାଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ଶ୍ରୀଯୁକ୍ତ ସିମାଞ୍ଚଳ ସାହୁ ଅବସରପ୍ରାପ୍ତ କନିଷ୍ଠ ସେନା ଅଧିକାରୀ ତଥା ଶିକ୍ଷା ସ୍ଵେଚ୍ଛାସେବୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାୟକ, ମୁଖ୍ୟ ବକ୍ତା ଭାବେ ଗୋଲାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ସେଠୀ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଭି. ସଂଯୁକ୍ତା ରାଜୁ, କୁଲାଡ କ୍ଲଷ୍ଟର ସାଧନ ସଂଯୋଜକ ଶ୍ରୀ ଅବିନାଶ ପଣ୍ଡା ଏବଂ ପୂର୍ବତନ କ୍ଳଷ୍ଟର ସଂଯୋଜକ ଶ୍ରୀ ସୁନୀଲ କୁମାର ପାଣି ଉପସ୍ଥିତ ରହି ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ଜୀବନ ଧାରଣ ରେ ଏହାର ଗୁରୁତ୍ତ୍ଵ ଓ ମାନଦଣ୍ଡ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଗୀତାଞ୍ଜଳି ବଡମୁଣ୍ଡୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ କୁଲାଡସ୍ଥିତ କବି ସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୌରୀ ନନ୍ଦନ ହୋତା ଯୋଗଦାନ ପୂର୍ବକ ଆୟୋଜିତ ଆମ ସଂସ୍କୃତି ଓ ଆମ ଖେଳନା, ଗଣିତ ଓ ବିଜ୍ଞାନ କ୍ଳବ୍, ଚଳିତ ବର୍ଷ ବିଦ୍ୟାଳୟ ରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଓ ସୁସ୍ଥତା, ଶିକ୍ଷା ଉପକରଣ, ନିପୁଣ ମେଳା, ସୁରକ୍ଷା ଓ ନିରାପତ୍ତା ଇତ୍ୟାଦି ଷ୍ଟଲ ର ଉଦଘାଟନ କରିବା ପୂର୍ବକ ପରିଦର୍ଶନ କରି ଭୂୟସୀ ପ୍ରଶଂସା କରିଥିଲେ। ପଞ୍ଚସଖା ସେତୁ ଯୋଜନାରେ ପୂରାତନ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆମ ଲୋକକଳାର ଶ୍ରୀ ବୃଦ୍ଧି ନିମନ୍ତେ ଶ୍ରୀ ପଦ୍ମନାଭ ପାଣ୍ଡବ ବୀଣାକାର ନୃତ୍ୟ ପ୍ରଦର୍ଶନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ତ୍ଵ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ପୁରସ୍କୃତ କରାଯିବା ସହ ପାଚିକା ତଥା ପାଚିକା ସହାୟିକା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷାର୍ଥୀମାନଙ୍କ ଦ୍ବାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷାର୍ଥୀ, ବିଦ୍ୟାଳୟ ପରିଚାଳନା କମିଟି, ପିତାମାତା ଓ ଅଭିଭାବକ ତଥା ଗ୍ରାମବାସୀ ମନଭରି ଉପଭୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପ୍ରତିଟି କାର୍ଯ୍ୟକ୍ରମକୁ ସର୍ବାଙ୍ଗ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଭଞ୍ଜନଗର ବ୍ଳକ ର କ୍ଲଷ୍ଟର ସଂଯୋଜକ ଶ୍ରୀ ବିଭୂ ପ୍ରସାଦ ମହାପାତ୍ର, ଶ୍ରୀ ଦ୍ବିତୀକୃଷ୍ଣ ଲେଙ୍କା, ଶ୍ରୀ ସୁଜିତ ଗୌଡ, ଶ୍ରୀ ଅଜିତ ଗୌଡ, ଶ୍ରୀ ଗଣେଶ୍ଵର ବେହେରା ଏବଂ ନିକଟସ୍ଥ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ ପୂର୍ବକ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ରଥ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଶ୍ରୀ ଦେବୀ ପ୍ରସାଦ ଦାଶ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *