ଚନ୍ଦ୍ରଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ନିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ଓପିଏସ୍ ଅଧିକାରୀ ତଥା ସାହିତ୍ୟିକ ଚନ୍ଦ୍ର ଶେଖର ହୋତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଫେବ୍ରୁଆରି ୨୮ ତାରିଖରୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଭାବେ ସେ ଦାୟିତ୍ୱ ଗ୍ରହଣ କରିବେ ।ଏହା ସହିତ ଡ. ହୋତା ସଙ୍ଗୀତ ନାଟକ ଏକାଡେମୀର ସଚିବ ଦାୟିତ୍ୱରେ ମଧ୍ୟ ରହିବେ । ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ।

ପୁଲିସ ଚାକିରି କରୁଥିବା ଚନ୍ଦ୍ରଶେଖର ହୋତା ଜଣେ ଉଚ୍ଚକୋଟିର ଲେଖକ । ପ୍ରବନ୍ଧ, ରଚନା ଲେଖନୀଠାରୁ ଆରମ୍ଭ କରି ସ୍ତମ୍ଭ ଲେଖାରେ ମଧ୍ୟ ସେ ବେଶ୍ ନିପୁଣ ।

Leave a Reply

Your email address will not be published. Required fields are marked *