ମୟୂରଭଞ୍ଜ ମୋ ଦ୍ବିତୀୟ ଘର: ମୁଖ୍ୟମନ୍ତ୍ରୀ

ଉଦଳା-୧: ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ଼ ଓ ନିଆରା। ବିଧାୟକ ହେବା ପୂର୍ବରୁ ଏହି ମାଟି ସହିତ ମୋର ସମ୍ପର୍କ ରହିଛି। ମୟୂରଭଞ୍ଜ ମୋର ଦ୍ୱିତୀୟ ଘର କହିଲେ ଅତ୍ୟୁକ୍ତି ହେବନାହିଁ। ଆଜି ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ୍‌ ଅନ୍ତର୍ଗତ ଖଲାଡ଼ି ପଞ୍ଚାୟତ ପାଟପୁରଠାରେ ଆୟୋଜିତ ‘ପ୍ରଗତି ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ୩୭୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି।ଆଜି ପୂର୍ବାହ୍‌ଣ ୧୧.୩୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନିଜ ଧର୍ମପତ୍ନୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହ ହେଲିକପ୍ଟର ଯୋଗେ ଆସି ଉଦଳା କଲେଜ ପଡ଼ିଆରେ ଅବତରଣ କରିଥିଲେ। ସେଠାରୁ କଡ଼ା ସୁରକ୍ଷା ମଧ୍ୟରେ ପାଟପୁର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ; ବିଜେଡି ସରକାର କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ବିକାଶ ନାଁରେ ଏକପ୍ରକାର ଭଣ୍ଡାଉଥିଲା। ହେଲେ, ବିଜେପି କ୍ଷମତାକୁ ଆସିବାର ଅଳ୍ପଦିନ ମଧ୍ୟରେ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ସହ ଲୋକଙ୍କ ସରକାରର ବୋଲି ପ୍ରମାଣିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଏଥିସହ ଭର୍ଚୁଆଲ୍‌ ମୋଡ୍‌ରେ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ୨୭୫ କୋଟି ଟଙ୍କାର ୧୦୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏଥିସହ ଉଦଳା ଅଞ୍ଚଳର ହୀରା ସିଂ ଓ ଗଣେଶ୍ୱର ସିଂଙ୍କୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ୍‌ରେ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।୩୭୫ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍‌ କଲେକେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ କରି ଭଣ୍ଡାଉଥିଲେଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଭାଦବ ହାଁସଦା, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ ଯୋଗଦେଇ କେବଳ ବିଜେପି ସରକାର ଅଧୀନରେ ମୟୂରଭଞ୍ଜର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ବୋଲି କହିଥିଲେ। ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢ଼େଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲାପାଳ ହେମକାନ୍ତ ସାଏ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ନିହାର ରଞ୍ଜନ ମୋଦୀ, ଉଦଳା ଏନ୍‌ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଓ ଉପଖଣ୍ଡ ପ୍ରଶାସନର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଭିନେତା ସ୍ବର୍ଗତ ଉତ୍ତମ ମହାନ୍ତିଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *