କଳିଙ୍ଗାଘାଟିରେ ପରିବା ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ଘୁ.ଉଦୟଗିରି: ଛତିଶଗଡ଼ର ରାଜଧାନୀ ରାୟପୁରରୁ ପରିବା ବୋଝେଇ କରି ବ୍ରହ୍ମପୁର ଅଭିମୁଖେ ଯାଉଥିବା ଓଆର୦୭ଏପି ୯୭୭୯ ନମ୍ବର ବିଶିଷ୍ଟ ଏକ ଆଇଚର ଟ୍ରକ ଆଜି ଭୋର ସମୟରେ କଳିଙ୍ଗା ଘାଟିର ଅନ୍ଧାର କୋଟ ମନ୍ଦିର ଠାରୁ ଏକ କିମି ଦୂର ଏକ ବୁଲାଣିରେ ଭାରସାମ୍ୟ ହରେଇ ରାସ୍ତା ପାର୍ଶ୍ଵରେ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି।publive-imageଉକ୍ତ ଦୁର୍ଘଟଣା ଗ୍ରସ୍ତ ଟ୍ରକରେ ଟମାଟୋ, କେପ୍ସିକମ, ଗାଜର ଭଳି କିଛ ପରିବା ବୋଝେଇ ହୋଇ ବ୍ରହ୍ମପୁର ଯାଉଥିଲା। ନିର୍ଦ୍ଧାରିତ ସମୟରେ ନିଜ ଗନ୍ତବ୍ୟ ସ୍ଥଳରେ ପହଁଚିବା ଲକ୍ଷରେ ଦ୍ରୁତଗତିରେ ଟ୍ରକଟି ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *