ସାଇବର ଠକେଇ: ଚାକିରି ଆଶାୟୀଙ୍କୁ ସତର୍କ କଲ ଓପିଏସସି

କଟକ: ସାଇବର ଠକେଇର ବଢ଼ୁଥିବା ମାମଲା ମଧ୍ୟରେ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ନକଲି ଲିଙ୍କ୍ ବିଷୟରେ ଚାକିରି ଆଶାୟୀମାନଙ୍କୁ ସତର୍କ କରାଯାଇଛି। ଓପିଏସସି ନାମରେ ନିଯୁକ୍ତି ପାଇଁ କିଛି ନକଲି ବିଜ୍ଞାପନ ଏବଂ ଆବେଦନ ଫି ଜମା ପାଇଁ ଲିଙ୍କ୍ ସୋସିଆଲ ମିଡିଆରେ ପ୍ରଦାନ କରାଯାଉଥିବା କମିସନଙ୍କ ଦୃଷ୍ଟିକୁ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ନିରୀହ ପ୍ରାର୍ଥୀଙ୍କୁ ବିଭ୍ରାନ୍ତ କରିପାରେ। ସେମାନେ ଠକେଇରେ ପଡ଼ିପାରନ୍ତି ବୋଲି ଓପିଏସସି ପକ୍ଷରୁ କୁହାଯାଇଛି।ଓପିଏସସି ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କୁ ଅବଗତ କରାଇଛି ଯେ, ସରକାର ଜିଏ ଏବଂ ପିଜି ବିଭାଗ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ଫି ଛାଡ଼ କରିଛନ୍ତି ଏବଂ ଓପିଏସସି ଇ-ଚାଲାଣ (ଅନଲାଇନ୍ ଆବେଦନ ପୋର୍ଟାଲ୍) ରେ ଏହାକୁ ଗ୍ରହଣ କରିବାର କୌଣସି ବ୍ୟବସ୍ଥା ନାହିଁ। ତେଣୁ, ପ୍ରାର୍ଥୀମାନଙ୍କୁ ସୋସିଆଲ ମିଡିଆରେ ପ୍ରକାଶିତ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଅନୁସରଣ ନକରିବାକୁ ପରାମର୍ଶ ଦିଆଯାଇଛି ।

ଏହି ଠକେଇ କାର୍ଯ୍ୟକଳାପ ବିଷୟରେ ପ୍ରାର୍ଥୀମାନଙ୍କୁ ସୂଚନା ଦେଇ, କମିସନ ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାରର ଚାକିରି ପ୍ରତିଶ୍ରୁତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।ଏଭଳି ଠକେଇ ସମ୍ପର୍କରେ ନମ୍ବର ୦୬୭୧-୨୩୦୪୦୯୦ ଏବଂ ୦୬୭୧-୨୩୦୧୧୦୭ ଏବଂ ଇମେଲ୍ ଆଇଡି: opsc@nic.in ରେ ଜଣାଇବାକୁ କମିସନଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *