ଓଏସଏସସିର ଶାରୀରିକ ପରୀକ୍ଷା ବେଳେ ଅଘଟଣ: ଦୌଡ଼ୁଥିବା ବେଳେ ଚାଲିଗଲା ପ୍ରାର୍ଥୀଙ୍କ ଜୀବନ

ସୁନ୍ଦରଗଡ଼: ଓଏସଏସସିର ଶାରୀରିକ ପରୀକ୍ଷା ବେଳେ ଅଘଟଣ। ଦୌଡୁଥିବା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ରାଉରକେଲାର ବ୍ୟାଚ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା ବୋଲି ଜଣାଯାଇଛି।ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ହେଉଛି। ପ୍ରବୀଣ କୁମାର ପଣ୍ଡା ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ। ଭବାନିପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସଦର ଥାନା କିରେଇ ନିକଟରେ ସେ ଅଚେତ ହୋଇପଡ଼ିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ହେଉଛି। ପ୍ରବୀଣ କୁମାର ପଣ୍ଡା ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ। ଭବାନିପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସଦର ଥାନା କିରେଇ ନିକଟରେ ସେ ଅଚେତ ହୋଇପଡ଼ିଥିଲେ। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *