ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ବିଜୁ ବାବୁଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନିର୍ମାତା ବିଜୁ ବାବୁ। ସେ ଓଡ଼ିଶାର ପୁର୍ନଗଠନ କରିଥିଲେ, ଓଡ଼ିଶାର ଶିଳ୍ପନୀତିକୁ ବିଜୁ ବାବୁ ବହୁତ ଆଗକୁ ନେଇଥିଲେ। ଜଣେ ବରପୁତ୍ର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କ ଅବଦାନ ଅତୁଳନୀୟ। ଏହି ଅବସରରେ ପଞ୍ଚାିୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଆସିବାର ଥିଲା । ଆମେ ଆମର ଅସ୍ମିତାକୁ ଭୁଲିଯାଉଛେ । ମନ୍ତ୍ରୀ ରବିନାରାୟଣ ନାୟକ ଆହୁରି କହିଛନ୍ତି, ବିଜେଡି ମନରେ ପାପ ଅଛି। ଏ ସରକାର ଥିବା ଯାଏ ଆମେ ମହାପୁରୁଷଙ୍କୁ ସମ୍ମାନ ଦେବାରେ ଅବହେଳା କରିବୁ ନାହିଁ। ଲୋକେ ବିଜେଡି ପ୍ରତି ବିତସ୍ପୃହ, କିନ୍ତୁ ବିଜୁ ବାବୁଙ୍କ ପ୍ରତି ନୁହେଁ ।

Leave a Reply

Your email address will not be published. Required fields are marked *