ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ନୂଆଦିଲ୍ଲୀ : ଜାପାନ-ଭାରତ ବ୍ୟବସାୟ ସହଯୋଗ ସମିତି (ଜେଆଇବିସିସି)ର ଅଧ୍ୟକ୍ଷ ତାତ୍ସୁଓ ୟାସୁନାଗାଙ୍କ ନେତୃତ୍ୱରେ ୧୭ ଜଣିଆ ଏକ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ପ୍ରତିନିଧି ଦଳରେ ଜାପାନର ଅଗ୍ରଣୀ କର୍ପୋରେଟ୍ ହାଉସ୍ ଯଥା ଉତ୍ପାଦନ, ବ୍ୟାଙ୍କିଙ୍ଗ୍, ଏୟାରଲାଇନ୍ସ, ଫାର୍ମା ସେକ୍ଟର, ପ୍ଲାଣ୍ଟ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସ ର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ।ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ଏବଂ ଏହାର ଭାରତୀୟ ପ୍ରତିପକ୍ଷ ଭାରତ-ଜାପାନ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ବିଷୟରେ ଶ୍ରୀ ୟାସୁନାଗା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଭାରତରେ ଉଚ୍ଚମାନର, ସ୍ୱଳ୍ପ ମୂଲ୍ୟର ଉତ୍ପାଦନ, ଆଫ୍ରିକା ଉପରେ ବିଶେଷ ଧ୍ୟାନ ଦେଇ ବିଶ୍ୱ ବଜାର ପାଇଁ ଉତ୍ପାଦନର ସମ୍ପ୍ରସାରଣ ଏବଂ ମାନବ ସମ୍ବଳ ବିକାଶ ଏବଂ ବିନିମୟ ବୃଦ୍ଧି ସମେତ ପ୍ରମୁଖ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା।ଭାରତରେ ଜାପାନର ବ୍ୟବସାୟର ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ପରିଗଣିତ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।

Leave a Reply

Your email address will not be published. Required fields are marked *