ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ହେବ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ୩ ପ୍ରମୁଖ ସହରରେ ପୌର ନିର୍ବାଚନ ବନ୍ଦ ରହିଛି । ସମ୍ବଲପୁର ଆଉ ରାଉରକେଲାରେ ପୌର ନିର୍ବାଚନ ଗତ ୧୧ ବର୍ଷ ହେଲା ବନ୍ଦ ରହିଛି। ସେହିପରି, ପୁରୀରେ ଗତ ୬ ବର୍ଷ ହେଲା ପୌର ନିର୍ବାଚନ ବନ୍ଦ ରହିଛି । ତେବେ ଏନେଇ ହାଇକୋର୍ଟଙ୍କ ଶୁଣାଣି ପରେ, ପୁଣିଥରେ ଏହି ୩ ସହରରେ ପୌର ନିର୍ବାଚନ ଆରମ୍ଭ ହେବ। ଏସମ୍ପର୍କରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସମ୍ବଲପୁର, ରାଉରକେଲା ଏବଂ ପୁରୀରେ ପୌର ନିର୍ବାଚନ ଦୀର୍ଘ ବର୍ଷ ହେଲା ବନ୍ଦ ରହିଛି । ବିଜେଡି ସରକାରଙ୍କ ଅମଳରେ ପୌର ନିର୍ବାଚନ ବର୍ଷ ବର୍ଷ ଧରି ବନ୍ଦ ରହିଥିଲା । ଏହି ୩ ସହରରେ ପୁଣିଥରେ ନିର୍ବାଚନ କରିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ସରିଛି ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯାହା ଆବଶ୍ୟକତା ରହିଛି ଆମ ସରକାର ତାହା କରିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ତେବେ ହାଇକୋର୍ଟରେ ଏହି ମାମଲା ବିଚାରାଧିନ ରହିଛି । ସରକାରଙ୍କ ଓକିଲ ମଧ୍ୟ ଲଢ଼ୁଛନ୍ତି । ବିଚାରପତିଙ୍କ ରାୟ ଆସିବା ପରେ ସରକାର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *