ଓଡ଼ିଆ ପୁଅ ତପନ ମହାନ୍ତି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବିଶ୍ୱକପର ଫ୍ଲୋର୍ ଏକ୍ସରସାଇଜ୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ୱର: ବାକୁରେ ଅନୁଷ୍ଠିତ ଏଫଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ଓଡ଼ିଶାର ଖ୍ୟାତିସମ୍ପନ୍ନ ଜିମ୍ନାଷ୍ଟ ତପନ ମହାନ୍ତି ଫ୍ଲୋର୍ ଏକ୍ସରସାଇଜ୍ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।୨୨ ବର୍ଷୀୟ ମହାନ୍ତି ମୋଟ ୧୨.୬୦୦ ସ୍କୋର୍ କରି ଅଷ୍ଟମ ସ୍ଥାନରେ ରହିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ କାଜାଖସ୍ତାନର ମିଲାଦ କରିମି ସମେତ ଅନ୍ୟ ସାତ ଜଣ ଫାଇନାଲିଷ୍ଟଙ୍କ ସହ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ, ଯିଏ ୧୩.୮୩୩ ସ୍କୋର୍ ସହିତ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷରେ ରହିଛନ୍ତି।ପୂର୍ବରୁ ହାଙ୍ଗଜୋଉରେ ୨୦୨୩ ଏସୀୟ କ୍ରୀଡ଼ା ଏବଂ ୨୦୨୪ରେ କାଇରୋରେ ଏଫଆଇଜି ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଆପ୍ପାରାଟସ୍ ବିଶ୍ୱକପରେ ସେ ଦେଶ ପାଇଁ ପ୍ରତିନିଧିତ୍ୱ କରିଥିଲେ ।

ସୂଚନାଯୋଗ୍ୟ,ପ୍ରତିଯୋଗିତାରେ ସାମିଲ ଥିବା ଅନ୍ୟ ଭାରତୀୟ ଜତିନ କୁମାର କାନୋଜିଆ ୧୧.୩୩୩ ସ୍କୋର କରି ଦ୍ୱାଦଶ ସ୍ଥାନ ହାସଲ କରିବାରୁ ଫାଇନାଲରୁ ବଞ୍ଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *