
ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବିଭିନ୍ନ କୋର୍ଟ କଚେରୀ ରେ ଅତ୍ୟଧିକ ମୋକଦ୍ଦମା ପଡ଼ି ରହିବା କାରଣରୁ ମୋକଦ୍ଦମା ଗୁଡ଼ିକର ସମାଧାନ କରିବାରେ ବିଳମ୍ବିତ ହୁଏ । ତେଣୁ ଯେଉଁ ମୋକଦ୍ଦମା ଗୁଡ଼ିକ ଆପୋଷ ସମାଧାନରେ ରାୟ ପ୍ରକାଶ ସମ୍ଭବ, ସେଗୁଡିକୁ ଲୋକ ଅଦାଲତରେ ସମାଧାନ କରି ତ୍ୱରିତ ଫଇସଲା କରାଯାଏ । ଏହା କରିବା ଦ୍ଵାରା ବିଭିନ୍ନ କୋର୍ଟରେ ଅଯଥା ମୋକଦ୍ଦମା ଗୁଡ଼ିକ ବହୁ ସମୟ ଧରି ଅମିମାଂସିତ ହୋଇ ରହେ ନାହିଁ ।
ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଦୌର ଜଜ୍ ଅଦାଲତ ପରିସରରେ ଶନିବାର ଭଞ୍ଜନଗର ତାଲୁକ ଆଇନ ସେବା କମିଟି ସୌଜନ୍ୟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ଶ୍ରୀ ଦେବଦତ୍ତ ପଟ୍ଟନାୟକ, ବରିଷ୍ଠ ଦେୱାନୀ ଜଜ୍ ଦେବାଶିଷ ବିଷୋୟୀ, ଏସଡିଜେଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି, ଜେଏମଏଫସି ସୁଶ୍ରୀ ଭିଏନା ନାୟକ ମୋଟ ୧୨୫୦ ଟି ମାମଲାର ସମାଧାନ କରି ରାୟ ଶୁଣାଇଛନ୍ତି । କ୍ଷତିଗ୍ରସ୍ତ ମାନଙ୍କୁ ୬୯,୩୩,୬୨୬ ତାଙ୍କ କ୍ଷତିପୂରଣ ପ୍ରଦାନ ପାଇଁ ଶୁଣାଣି ହୋଇଛି । ଏହି ଲୋକ ଅଦାଲତରେ ଲୋକ ଅଦାଲତ ବେଞ୍ଚ ସଦସ୍ୟ ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ଓକିଲ ସଂଘ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ତାଲୁକ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ, ଆଇନଜୀବୀ ବଂଶୀଧର ପ୍ରଧାନ, ସୂର୍ଯ୍ୟ ନାରାୟଣ ପାତ୍ର, ଅରୁଣ ପ୍ରଧାନ, ଅରୁଣ କୁମାର ପାଢ଼ୀ, ଦେବୀ ପ୍ରସାଦ ତ୍ରିପାଠୀ, ରଜନୀ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ତିଆଡି, ସୁଧି ରଞ୍ଜନ ମହାପାତ୍ର, ପ୍ରଦୀପ ଶେଖର ପାଳ, ବଟ କୃଷ୍ଣ ପଣ୍ଡା, ଗୋପାଳ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । କୋର୍ଟ କର୍ମଚାରୀ – ଆଦିତ୍ୟ ନାରାୟଣ ରଥ, ସୁନିଲ ମୁଦୁଲି, ପବିତ୍ର ପ୍ରଧାନ, ବିଷ୍ଣୁ ସ୍ୱାଇଁ, ଶିବ ପ୍ରସାଦ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଲୋକ ଅଦାଲତରେ ମୋଟ ୬୫,୫୬,୦୦୦ ଟଙ୍କା ମୂଲ୍ୟର ୨୬ ଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ସମାଧାନ ହୋଇଛି । ଚେକ ବାଉଁସ ଏବଂ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ୍ ୧୩୮ ଅଧିନ ୩,୭୭,୬୨୬ ଟଙ୍କା ମୂଲ୍ୟର ୪ ଟି ମାମଲାର ସମାଧାନ ହୋଇଛି । ଅପରାଧିକ ଆପୋଷ ସମାଧାନ ମାମଲା ୫ ଟି, ଅନ୍ୟାନ୍ୟ ଦେୱାନି ମାମଲା ୫ ଟି, ଅନ୍ୟାନ୍ୟ ଅପରାଧିକ ମାମଲା ୫୭ ଟି, ରାଜସ୍ବ ମାମଲା ୧୧୫୩ ଟିର ମଧ୍ୟ ଆଜି ଲୋକ ଅଦାଲତରେ ସମାଧାନ ହୋଇଛି ।