ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଓ ମନୋରମା ମହାନ୍ତିଙ୍କ ବିରୁଦ୍ଧରେ ଚାଲିବ ମାମଲା

କଟକ: ଦୁଇ ବିଜେଡି ବିଧାୟକଙ୍କୁ ହାଇକୋର୍ଟରୁ ଝଟକା ମିଳିଛି। ଉଭୟେ ନିର୍ବାଚନ ଅନିୟମିତତା ନେଇ ସେମାନଙ୍କ ବିରୁଦ୍ଧରେ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ। କିନ୍ତୁ ଓଡ଼ିଶା ଉଚ୍ଚ ନ୍ୟାୟଳୟ ଉଭୟଙ୍କ ଆବେଦନକୁ ଖାରଜ କରିଛନ୍ତି। ଉଭୟଙ୍କ ବିରୁଦ୍ଧରେ ମଧ୍ୟ ଆସିଥିବା ନିର୍ବାଚନ ଅନିୟମିତତା ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।ବିଜେଡି ବିଧାୟିକା ମନୋରମା ମହାନ୍ତି ଓଡ଼ିଶା ଉଚ୍ଚ ନ୍ୟାୟଳୟଙ୍କ ଆଦେଶ ପରେ ନିରାଶ ହୋଇଛନ୍ତି। ତାଙ୍କ ବିରୁଦ୍ଧରେ ଆସିଥିବା ନିର୍ବାଚନ ମାମଲାର ହେବ ଶୁଣାଣି। ତାଙ୍କ ବିରୁଦ୍ଧରେ ହୋଇଥିବା ଆବେଦନ ଖାରଜ ପାଇଁ ହାଇକୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟିକା। ନିର୍ବାଚନ ଅନିୟମିତତା ନେଇ କଂଗ୍ରେସ ପ୍ରାର୍ଥୀ ଭକ୍ତ ଦାସ ତାଙ୍କ ବିରୋଧରେ ମାମଲା କରିଛନ୍ତି। ସେହିପରି ଜଳେଶ୍ଵର ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ମଧ୍ୟ ନିରାଶ ହୋଇଛନ୍ତି। ପୂର୍ବରୁ ମାମଲାକୁ ଖାରଜ କରିଥିଲେ ପାଇଁ ହାଇକୋର୍ଟରେ ନିବେଦନ କରିଥିଲେ ଜଳେଶ୍ଵର ବିଜେଡି ବିଧାୟକ। ବିଜେପି ପ୍ରାର୍ଥୀ ବ୍ରଜ ମୋହନ ପ୍ରଧାନ ବିଜେଡି ବିଧାୟକ ଅଶ୍ଵିନୀ ପାତ୍ରଙ୍କ ନାଁରେ ଏହି ମାମଲା କରିଛନ୍ତି ।

Leave a Reply

Your email address will not be published. Required fields are marked *