ବିଧାନସଭା ଆରମ୍ଭରୁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ, ୧୨ଟା ଯାଏ ମୁଲତବୀ

ଭୁବନେଶ୍ବର: ସୋମବାର ଭଳି ମଙ୍ଗଳବାର ବି ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ। ଏଣେ ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ମଧ୍ୟ ପ୍ରଶ୍ନକାଳ ଜାରି ରହିଥିଲା। ବାଚସ୍ପତି ସୁରମା ପାଢ଼ୀ ସୁଚାରୁରୂପେ ଗୃହକୁ ପରିଚାଳନା କରୁଥିଲେ। ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଜୟନାରାୟଣ ମିଶ୍ର ଓ ତାରା ପ୍ରସାଦ ବାହିନୀପତିଙ୍କ ଭିତରେ ହାତାହାତି ହୋଇଥିଲେ। ହେଲେ ପରେ ଗୃହକୁ ୧୨ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା।ମଙ୍ଗଳବାର ବି ରାଜ୍ୟ ବିଧାନସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକମାନେ ଗୃହ ବାହାରେ ଧାରଣା ଦେଇଥିଲେ। ପରେ ସେମାନେ ଗୃହ ମଧ୍ୟକୁ ଆସି ରାଜ୍ୟରେ ମହିଳା ନିର୍ଯାତନା ଓ ଅତ୍ୟାଚାର କରାଯାଉଥିବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବାର ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ। ଏଣେ ବିଜେଡି ବିଧାୟକମାନେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ଗୃହରେ ପ୍ରବଳ ହଟ୍ଟଗୋଳ ହେବା ପରେ ମଧ୍ୟ ପ୍ରଶ୍ନକାଳ ଜାରି ରହିଛି। ବାଚସ୍ପତି ସୁରମା ପାଢ଼ୀ ସୁଚାରୁରୂପେ ଗୃହକୁ ପରିଚାଳନା କରୁଛନ୍ତି। ସୂଚନାଯୋଗ୍ୟ, ଗତକାଲି ଗୃହକାର୍ଯ୍ୟ ଅଚଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ ଦିନ ୧୨ଟା ୯ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ମାତ୍ର ୧୩ ମିନିଟ୍ ଲାଗି ଗୃହ କାର୍ଯ୍ୟ ହୋଇଥିଲା।ବିଧାନସଭାରେ ଆଜି ଦିବଙ୍ଗତ ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ବିୟୋଗରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶୋକ ପ୍ରସ୍ତାବ ଆଣିଥିଲେ। ଏହାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମର୍ଥନ କରିଥିଲେ ।

Leave a Reply

Your email address will not be published. Required fields are marked *