ମାର୍ଚ୍ଚ ରୁ ଜଳିଲାଣି ଘୁମୁସର ବନଖଣ୍ଡ ଜଙ୍ଗଲ; ଜଙ୍ଗଲ ନିଆଁଧୂଆଁରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ଗଲା ପାଞ୍ଚଦିନ ହେଲା, ଉତ୍ତର ଘୁମୁସର ବନଖଣ୍ଡ, ମୁଳାଗତ ବନାଞ୍ଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଦିନରାତି ହୁତୁହୁତୁ ହୋଇ ଜଙ୍ଗର ଜଳୁଛି । ବିଶେଷ କରି ରକ୍ଷା ସେକ୍ସନର ଦାର୍ଜିଙ୍ଗ୍, ବେଡିଗୋବା, ଦୁର୍ଗାପ୍ରସାଦ ଅଞ୍ଚଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି । ସେହିଭଳି କଳିଙ୍ଗା ଘାଟିକୁ ଲାଗି ରହିଥ‌ିବା ପାହାଡ଼ମାନଙ୍କରେ ମଧ୍ୟ ନିଆଁ ଧରିଛି। ଦୁର୍ଗାପ୍ରସାଦ ଠାରୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଘାଟିରାସ୍ତା, ଶୀତ ଦିନିଆ କୁହୁଡି ଭଳି, ଧୂଆଁମୟ ହୋଇ ରହୁଛି । ଯାତାଯାତ କରୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଢୁଛି । ଅନ୍ୟପକ୍ଷରେ ନିଆଁ ଲାଗିଥିବା, ଜଙ୍ଗଲ ନିକଟବର୍ତ୍ତୀ ଗାଁମାନଙ୍କରେ ମଧ୍ୟ ଅସ୍ବାଭାବିକ ପରିସ୍ଥିତି ଦେଖୁବାକୁ ମିଳିଛି । ଗତଦିନମାନଙ୍କରେ ଜଙ୍ଗଲରେ କିଭଳି ନିଆଁ ନଲାଗିବ ଏବଂ ଜଙ୍ଗଲ ନିଆଁ କୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ଘନଘନ ବୈଠକ, ସଭାସମିତି ଏବଂ ସଚେତନ କରାଯାଇଥିଲା ।

ଏହାର ପ୍ରଭାବ କେତେଦୂର ପଡିଛି, ତାହା ବର୍ତ୍ତମାନର ଚିତ୍ର ବୟାନ କରୁଛି । ସେହିଭଳି କିଛି ସ୍ଥାନରେ ନିଆଁକୁ ରୋଳିବା ଲାଗି ବନ କର୍ମଚାରୀ ଏବଂ ଶ୍ରମିକମାନଙ୍କୁ ନେଇ ନିଆଁ ଲିଭା ଜାରି ରହିଥିଲେ ମଧ୍ୟ, ଲାଗିଥିବା ନିଆଁ ଲିଭିବା ନାଁ ଧରୁନି । ଆଉ କିଛି ସ୍ଥାନରେ ବନ କର୍ମଚାରୀଙ୍କ ଦେଖା ମିଳୁନି। ସ୍ଥାନୀୟ ଅଞ୍ଚଳର କିଛି ଲୋକ ସ୍ବତଃ ପ୍ରବୃତ୍ତ ଭାବେ ଜଙ୍ଗଲ ନିଆଁକୁ ଲିଭାଇଥିବାର ଦେଖିବାକୁ ମିଳୁଛି। ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରାଯିବାରୁ, ସେ କହିଛନ୍ତି ଗୁରୁବାର ଦିନ ୪୮ଗୋଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟରୁ ଜଣା ପଢିବାପରେ କର୍ମଚାରୀଙ୍କୁ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ମୁଁ ନିଜେ ତାରାସିଂ ରେଞ୍ଜର ଘୋଗଜ ସେକସନର ବଡ ଗୁଣ୍ଡୁରିବାଢି ଯାଇ ଅନୁଧ୍ୟାନ କରି ଫେରୁଛି ।

Leave a Reply

Your email address will not be published. Required fields are marked *