ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ପ୍ରସବକାଳୀନ ଅସ୍ତ୍ରୋପଚାର କରାଯାଉଛି

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର। ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ପ୍ରସବକାଳୀନ ଅସ୍ତ୍ରୋପଚାର କରାଯାଉଛି। ଏନେଇ ଆଜି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ରେ ମୋଟ୍ ୧ ଲକ୍ଷ ୨୯ ହଜାର ୮୮ଟି ଡେଲିଭରି ହୋଇଥିଲା। ଏଥିମଧ୍ୟରୁ କେବଳ ଘରୋଇ ହସ୍ପିଟାଲରେ ୯୯ ହଜାର ୯୯୮ ପ୍ରସବକାଳୀନ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୭୭.୪୭% ଅସ୍ତ୍ରୋପଚାର ହୋଇଛି ଘରୋଇ ହସ୍ପିଟାଲରେ। ଠିକ୍ ସେହିପରି ୨୦୨୩-୨୪ରେ ୧ ଲକ୍ଷ ୪୦,୧୨୬ ଡେଲିଭରି ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୮୧.୦୬% ଅସ୍ତ୍ରୋପଚାର ହୋଇଛି ଘରୋଇ ହସ୍ପିଟାଲରେ।୨୦୨୨-୨୩ରେ ସରକାରୀ ହସ୍ପିଟାଲରେ ୬ ଲକ୍ଷ ୭୪୦ ଡେଲିଭରିରୁ ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରି ହୋଇଛି। ଅର୍ଥାତ୍ ୩୦.୫୩% ଅସ୍ତ୍ରୋପଚାର ହୋଇଛି ସରକାରୀ ହସ୍ପିଟାଲରେ। ଠିକ୍ ସେହିପରି ୨୦୨୩-୨୪ରେ କେବଳ ସରକାରୀ ହସ୍ପିଟାଲରେ ୫ ଲକ୍ଷ ୯୧,୧୮୫ ପ୍ରସବକାଳୀନ ଡେଲିଭରି ହୋଇଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୩୩.୦୮% ଅସ୍ତ୍ରୋପଚାର ହୋଇଛି ସରକାରୀ ହସ୍ପିଟାଲରେ ।

Leave a Reply

Your email address will not be published. Required fields are marked *