ବୁଗୁଡ଼ା : ଝୋଲରି ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୁଗୁଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ବାଲିପଦର ନିକଟସ୍ଥ ଅନ୍ତରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝୋଲରି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ବିଦ୍ୟାଳୟର ସଭପତି ଭାଗ୍ଯଲତା ସ୍ବାଇଁଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଟି. ସଂଯୁକ୍ତା କୁମାରୀ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ଯ ଅତିଥି ଭାବେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଖରିଡା ହାଇସ୍କୁଲର ପ୍ରଧନଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ଯ ବକ୍ତା ଏବଂ ଅନ୍ତରପଡ଼ା ସିଆରସିସି ଶର୍ମିଷ୍ଠା ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଅନ୍ୟ ତମ ଅତିଥି ଭାବେ ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ, ରବିନ୍ଦ୍ର ବିଷୋୟୀ, ମହେଶ୍ୱର ଜେନା, ଖଦାଲୁଣୀ ସ୍ବାଇଁ, ଆଇ.ଭି ଶିକ୍ଷକ ପ୍ରମୋଦ କୁମାର ମିଶ୍ର, ଶିକ୍ଷୟତ୍ରୀ ରୀତାଞ୍ଜଳି ବେହରା ସମେତ ପରିଚାଳନା ପରିଷଦର ସଦସ୍ଯ ମାନେ ଯୋଗଦେଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା। ଶେଷରେ ପ୍ରମୋଦ କୁମାର ମିଶ୍ର ଧନ୍ଯବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *