ଧୁମୁଛାଇ ସମିତିସଭ୍ୟ ପଦବୀ ଉପନିର୍ବାଚନ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଶ୍ୟାମ ସୁନ୍ଦର ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

ବେଲଗୁଣ୍ଠା ( ଅରକ୍ଷିତ ପରିଛା,ଓଡ଼ିଶା ଟୁଡେ ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଧୁମୁଛାଇ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ପ୍ରଥମ ଦିବସରେ ଗୋଟିଏ ମାତ୍ର ନାମାଙ୍କନ ପତ୍ର ଦାଖଲ ହୋଇଥିବା ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଗୁରୁବାର ଦିନ ସମିତିସଭ୍ୟ ପଦବୀ ପାଇଁ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ଧୁମୁଛାଇ ପଞ୍ଚାୟତ ପାଟୁଲି ସାହିର ବରିଷ୍ଠ ରାଜନେତା ବିପ୍ର ଚରଣ ନାୟକଙ୍କ ପୁଅ ଶ୍ୟାମ ସୁନ୍ଦର ନାୟକ ନିଜ ସମର୍ଥକଙ୍କ ଗହଣରେ  ଆସି ନିର୍ବାଚନ ଅଧିକାରୀ ତଥା ବେଲଗୁଣ୍ଠା ବିଡ଼ିଓ ବିଜୟ କୁମାର ପ୍ରଧାନଙ୍କ ଠାରେ ଦାଖଲ କରିଛନ୍ତି । ଏଥିପୂର୍ବରୁ ଶ୍ୟାମ ସୁନ୍ଦର ନିଜର ସହସ୍ରାଧିକ ସମର୍ଥକଙ୍କ ସହ ଏକ ବିରାଟ ବାଇକ ରାଳିରେ ବାହାରି ପ୍ରଥମେ ବେଲଗୁଣ୍ଠା ବଡ଼ଦାଣ୍ଡ ସ୍ଥିତ ଶ୍ରୀଶ୍ରୀ ଲଷ୍ମୀ ନୃସିଂହ ସ୍ୱାମୀଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ନାମାଙ୍କନ ପତ୍ର ଦାଖଲ ସମୟରେ ଶ୍ୟାମ ସୁନ୍ଦରଙ୍କ ସହ ବରିଷ୍ଠ ବିଜେପି ନେତା ଅରୁଣ କୁମାର ମହାପାତ୍ର,ଯୁବ ନେତା ଅର୍ଜୁନ ବିଷୋୟୀ, ବରିଷ୍ଠ ଆଇନଜୀବୀ ରବି ଦାଶ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ତଥା ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଉତ, ବରିଷ୍ଠ ନେତା କେ.କୃଷ୍ଣମୂର୍ତ୍ତି ପାତ୍ର,ନିର୍ବାଚନ ମଣ୍ଡଳୀ ଯୁବ ନେତା ଜିତେନ୍ଦ୍ର କୁମାର ନାୟକ, ପାଇଲିପଡ଼ା ସମିତି ସଭ୍ୟ କେ.ରବୀନ୍ଦ୍ର କୁମାର ପାତ୍ର, ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟ ସୁଧୀର କୁମାର ଜେନା ବରିଷ୍ଠ ନେତା ଚିନ୍ତାମଣି ନାୟକ, ପ୍ରହଲ୍ଲାଦ ଲେଙ୍କା ,ପୂର୍ବତନ କାଉନସିଲର ଲିଙ୍ଗରାଜ ପାତ୍ର, ବେଲଗୁଣ୍ଠା ଏନଏସି ମଣ୍ଡଳ ସଭାପତି ଯତୀନ କୁମାର ପାତ୍ର,ଧୁମୁଛାଇ ଯୁବ ନେତା ସରୋଜ କୁମାର ପ୍ରଧାନ,କେଦାର ସ୍ୱାଇଁ ,ସମିତି ସଭ୍ୟ ପ୍ରଫୁଲ ଗୌଡ଼, ଇଙ୍ଗିନାଠି ସରପଞ୍ଚ ସୁକଦେବ ସ୍ୱାଇଁ,ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁଙ୍କ ସହ ବହୁ ଜନପ୍ରତିନିଧି ଓ ସମର୍ଥକ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପାଇଁ ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ନେତୃତ୍ୱରେ ବହୁ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *