ଭଞ୍ଜନଗର: ବ୍ଲକସ୍ତରୀୟ ଆମ କୁନି ପିଲା ତାଲିମ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଆରଏମସି କାର୍ଯ୍ୟାଳୟ ନିକଟ କଲ୍ୟାଣମଣ୍ଡପ ଠାରେ ବ୍ଲକର ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ଆମ କୁନି ପିଲା ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଏହି ତାଲିମ ଶିବିର ରେ ଛୋଟ ଛୋଟ ଶିଶୁ ବିଶେଷକରି ଜିରୋ ମାସ ରୁ ତିନି ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କିଭଳି କାର୍ଯ୍ୟ କରାଯିବ ଓ ଅଙ୍ଗନବାଡି କର୍ମୀ ମାନଙ୍କ କଣ ଭୁମିକା ରହିବ ସେନେଇ ଉପସ୍ଥିତ କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ସିଡିପିଓ ମିଲିମା କୁମାରୀ ପଣ୍ଡା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡି କର୍ମୀ ଙ୍କ କର୍ତ୍ତବ୍ୟ ବାବଦରେ କହିଥିଲେ। ବ୍ରହ୍ମପୁର ଓ୍ବାନଷ୍ଟପ୍ ସେଣ୍ଟର ଓ ଶକ୍ତି ସଦନ କେନ୍ଦ୍ରର ମହେଶ୍ବେତା ପାଢ଼ୀ, ସୌଦାମିନୀ ସାହୁ,ୟୈଶର୍ଯ୍ୟା ସାବତ,ଲିପ୍ସା ରାଣି ଦାସ,ଆଶକିଲା ରାଇକା ପ୍ରମୁଖ ଯୋଗଦେଇ ଉପସ୍ଥିତ ଅଙ୍ଗନବାଡି କର୍ମୀ ଙ୍କୁ ଏ ବାବଦରେ ତାଲିମ ଦେଇଥିଲେ।ଏହା ସହ ବଳାତ୍କାର, ଅପହରଣ,ପାରିବାରିକ ହିଂସା, ଏସିଡ୍ ଆକ୍ରମଣ, ଯୌନ ଉତ୍ପୀଡନ,ମହିଳା ଚାଲାଣ, ଶିଶୁ ଯୌନ ଉତ୍ପୀଡନ,ବାଲ୍ୟ ବିବାହ,ସାଇବର କ୍ରାଇମ,ଯୌତୁକ ନିର୍ଯାତନା ଓ ମୃତ୍ୟୁ ସମେତ ଅନ୍ୟାନ୍ୟ ହିଂସା ର ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ଏବଂ ଡାକ୍ତରୀ,ପୋଲିସ ଓ ଆଇନଗତ ଭଳି ଅନ୍ୟ ଯେକୌଣସି ସହାୟତା ବାବଦରେ ପରାମର୍ଶ ଦେଇଥିଲେ।ବ୍ଲକର ସମସ୍ତ ସେକ୍ଟର ସୁପରଭାଇଜର ଉପସ୍ଥିତ ରହି ତାଲିମ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *