
ବୁଗୁଡ଼ା ୩୦/୦୩ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ବୁଗୁଡ଼ା ବ୍ଳକ୍ ଅନର୍ଗତ ବାଲିପଦର ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ଦୁଇ ଦିନିଆ ଅଭିଭାବକ ସମ୍ମିଳନି ଓ ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବିଦ୍ୟାଳୟର ସଭାପତି ନାରାୟଣସାମନ୍ତରାଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଠ ଅତିଥି ଭାବେ ବୁଗୁଡା ଚେୟାରମ୍ୟାନ ପ୍ରତିନିଧି ଯୁବସମାଜସେବୀ କେ.ନିଳମାଧବ ଆଚାରୀ, ବାଲିପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜଲକ୍ଷ୍ମୀପ୍ରଧାନ, ଉପଦେଷ୍ଟା ତଥା ବଣିକ ସଂଘ ସଭାପତି ଇଂଲକ୍ଷ୍ମୀପ୍ରସାଦ ନାୟକ,ବାଲିପଦର କଲେଜ ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର,ଉପସଭାପତି ଜି.ସଂଜିବ କୁମାର ପାତ୍ରସଂପାଦକ ଡକ୍ଟର କିରଣକୁମାର ପାତ୍ର,ଉପାଧ୍ୟକ୍ଷ କେ.ମନୋଜକୁମାରପ୍ରଫେସ ମୁଖ୍ୟବକ୍ତା ପ୍ରଫେସର କୃତିବାସ ବିଶ୍ବାଳ ବାଲିପଦର କ୍ଳଷ୍ଟର ସିଆରସିସି ବିଶ୍ୱଜିତ ପରିଡ଼ା,ବରିଷ୍ଟ ନାଗରିକ ପ୍ରକାଶ ଚନ୍ଦ୍ର ରଥ, ସମାଜସେବୀ ଡି. ଗୋପାଳ ଆଚାରୀଶିଶୁ ମନ୍ଦିର ଗୁରୁଜି ଦିଲ୍ଲୀପ କୁମାର ରଥ,ଯୁଗ୍ମ ସମ୍ପାଦକ କେ. ସମିତି ପାତ୍ର,ରାଜେନ୍ଦ୍ର ମହାରଣା,ବିଶ୍ଵନାଥରଣା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀଅରବିନ୍ଦଙ୍କ ଦର୍ଶନ ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ। ଶେଷରେ ଶ୍ରୀଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ଯକ୍ଷା ନୟନୀ ମହାରଣା ଧନ୍ଯବାଦ ଅର୍ପଣ କରିଥିଲେ ।