ଭଞ୍ଜନଗର: ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଞ୍ଜନଗର ଖଣ୍ଡର ପରିବାର ତରଫରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଓଡ଼ିଆ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦା ତିଥି କୁ ସାରା ଭାରତ ବର୍ଷରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ରୁପେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଞ୍ଜନଗର ଖଣ୍ଡର ପରିବାର ଏକତ୍ରିକରଣ କାର୍ଯ୍ୟକ୍ରମ ରବିବାର ସ୍ଥାନୀୟ ଶ୍ରୀଶ୍ରୀ ବେଲେଶ୍ୱର ଶୈବପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏ ସୃଷ୍ଟିର ସର୍ବାଧିକ ପ୍ରାଚୀନ ଏବଂ ବୈଜ୍ଞାନିକ କାଳଗଣନା ଅନୁସାରେ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ବାସ୍ତବିକ ନବବର୍ଷ ଓ ଏହା ବେଦସମ୍ମତ ଅଟେ ବୋଲି ସର୍ବ ସମ୍ନତି । ଅନାଦି କାଳରୁ ଭାରତବର୍ଷରେ ଏହି ଦିନକୁ ନବବର୍ଷ ରୂପେ ପାଳନ କରାଯାଇ ଆସୁଥିଲା। ବାସ୍ତବିକ ହିନ୍ଦୁମାନେ ରାତି ଅନ୍ଧାରରେ ନବବର୍ଷର ସ୍ୱାଗତ କରନ୍ତି ନାହିଁ, ପରନ୍ତୁ ସୂର୍ଯ୍ୟଙ୍କ ପ୍ରଥମ କିରଣକୁ ଅଭିବାଦନ କରି ନବବର୍ଷକୁ ସ୍ୱାଗତ କରିଥାନ୍ତି ।ଏହା ହେଉଛି ସୃଷ୍ଟିସଂବତ୍ସର। ଅର୍ଥାତ ଏହି ଦିନଟି ସୃଷ୍ଟି ରଚନାର ପ୍ରଥମ ଦିବସ ଅଟେ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଞ୍ଜନଗର ଖଣ୍ଡର ଏହି ପରିବାର ଏକତ୍ରିକରଣ କାର୍ଯ୍ୟକ୍ରମରେ ଭଞ୍ଜନଗର ଖଣ୍ଡ କାର୍ଯ୍ୟବାହ ଶ୍ରୀମାନ ପ୍ରଦୀପ କୁମାର ଆଚାର୍ଯ୍ୟ, ଘୁମୁସର ଜିଲ୍ଲା ସଂଘ ଚାଳକ ଶ୍ରୀଯୁକ୍ତ ବନମାଳୀ ଗୌଡ଼ ଓ ଖଣ୍ଡ କାର୍ଯ୍ୟକର୍ତ୍ତା ଙ୍କ ଉଦ୍ୟମ କ୍ରମେ ଶତାଧିକ ପରିବାର ର ସମସ୍ତ ସଦସ୍ୟଙ୍କ ସମାରୋହରେ ଖଣ୍ଡ ପରିବାର ଏକତ୍ରିକରଣ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ଭବ୍ୟ କାର୍ଯ୍ୟକ୍ରମ ରେ ମୂଖ୍ୟ ବକ୍ତା ରୁପେ ଶ୍ରୀଯୁକ୍ତ ବୈକୁଣ୍ଠନାଥ ସାହୁ ଓଡିଶା ପୂର୍ବ ପ୍ରାନ୍ତ ପରିବାର ପ୍ରବୋଧନ ପ୍ରମୁଖ, ଭୁବନେଶ୍ୱର ୟୁନିୟନ୍ ବ୍ୟାଙ୍କ୍ ପରିଚାଳକ ଯୋଗଦାନ କରିଥିଲେ। ସେହିପରି ମୁଖ୍ୟ ଅତିଥି ରୂପେ ଡଃ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଅଧିକ୍ଷକ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଗୋବରା ରୁ ଆସି ମଞ୍ଚରେ ଉପସ୍ଥିତ ଥିଲେ। ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ଧୁପ ଦୀପ ପ୍ରଜ୍ବଳନ ପରେ ପରେ ପ୍ରାରମ୍ଭିକ ସଙ୍ଗୀତ ଗାନ ହୋଇ ଧ୍ୱଜା ଉତ୍ତୋଳନ ହୋଇ ସାମୁହିକ ସମ୍ନାନ ପ୍ରଧାନ କରାଯିବା ପରେ ଅତିଥି ପରିଚୟ ପ୍ରଦାନ କରାଯାଇ ସଭା କାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଭଞ୍ଜନଗର ଖଣ୍ଡର ପରିବାର ଏକତ୍ରିକରଣ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତାଙ୍କ ତେଜସ୍ଵୀ ବୌଦ୍ଧିକ ଅଭିଭାଷଣ କୁ ଉପସ୍ଥିତ ସମସ୍ତ ସଂଘ ପ୍ରେମୀ ପରିବାର ଅତି ଆଗ୍ରହ ର ସହିତ ଶୁଣି ରାଷ୍ଟ୍ର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରେରଣା ପାଇଥିଲେ। ପରିଶେଷରେ ସମସ୍ତ ସଂଘ ପରିବାର ର ସଦସ୍ୟ ଙ୍କ ସହଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ ରେ ବିରାମ ହୋଇଥିଲା ।

Leave a Reply

Your email address will not be published. Required fields are marked *