ଭଞ୍ଜନଗର: ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଉତ୍କଳ ଦିବସ ପାଳିତ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ଭଞ୍ଜନଗର ତରଫରୁ ଅପ୍ରେଲ ପହିଲା ଦିବସ ପାଳିତ ହୋଇଯାଇଛି। ବୈଠକ ପୂର୍ବରୁ ମଞ୍ଚ ସଭାପତି ସୋମନାଥ ନାୟକ ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହି ତାଙ୍କୁ ସହଯୋଗ କରିଥିଲେ । ଭଞ୍ଜନଗର ବନବିଭାଗ ବଙ୍ଗଳାରେ ବୈଠକ ଆରମ୍ଭରେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ସମ୍ପାଦକ ଗତ ବୈଠକର ବିବରଣୀ ପାଠ କରି ଗୃହୀତ କରାଇନେଇଥିଲେ । ସଭାପତି ଉତ୍କଳ ସମ୍ମିଳନୀ ର ମୂଳଦୁଆ କିପରି ରସୁଲକୁଣ୍ଡା ରୁ ହିଁ ପଡିଥିଲା ଓ ଗାମୁଣ୍ଡିର ଚକ୍ରପାଣି ପ୍ରଧାନ ତାର ଉଦ୍ୟୋକ୍ତା ଥିଲେ ସୂଚାଇ ଥିଲେ । ଯୁଗ୍ମ ସମ୍ପାଦକ ପିତାମ୍ବର ପରିଡା ଉତ୍କଳ ସମ୍ମିଳନୀ ପଛରେ କିପରି ଗଞ୍ଜାମର ପ୍ରମୁଖ ଭୂମିକା ରହିଥିଲା ବର୍ଣ୍ଣନା କରିଥିଲେ । ପଣ୍ଡିତ ବିପ୍ର ଚରଣ ସାହୁ ଶଙ୍କରାଚାର୍ଯ୍ୟ ଙ୍କ ମୋହ ମୁଦ୍ଦାଗର ଉପରେ ଆଲୋଚନା କରିଥିଲେ । ନୂତନ ସଭ୍ୟ ସର୍ବଶ୍ରୀ ଏମ ବିଜୟ କୁମାର, ସୁବାସ ଚନ୍ଦ୍ର ପ୍ରଧାନ, ବ୍ରଜବନ୍ଧୁ ହୋତା ଙ୍କୁ ପରିଚୟ ପତ୍ର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ ପ୍ରଦାନ କରି ସ୍ୱାଗତ କରିଥିଲେ । ସଭାଶେଷରେ ସମ୍ପାଦକ ରବିନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *