ହୀରାକୁଦ ଜଳଭଣ୍ଡାରରେ ବୁଡ଼ି ଭିସୁଟ୍ ଛାତ୍ରୀଙ୍କ ମୃତ୍ୟୁ

ବୁର୍ଲା: ହୀରାକୁଦ ଜଳଭଣ୍ଡାରରେ ବୁଡ଼ି ଭିସୁଟ୍ର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟବରଣ କରିଥିବା ଛାତ୍ରୀ ଶାଶ୍ବତି ଭୋଇ ବରଗଡ଼ ଅଞ୍ଚଳର ହୋଇଥିବା ବେଳେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ। ବୁର୍ଲା ପୁଲିସ ଶବ ଜବତ କରି ଶବାଗାରରେ ସଂରକ୍ଷିତ ରଖିଥିବା ଜଣାଯାଇଛି।ସୂଚନା ଅନୁସାରେ ଶାଶ୍ବତୀଙ୍କ ସହ ସାତ ଜଣ ବନ୍ଧୁ ମିଶି ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଗୋଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେତେବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଛନ୍ତି।ଶାଶ୍ବତୀଙ୍କ ସହ ସାତ ଜଣ ବନ୍ଧୁ ମିଶି ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ। ସେଠାରେ ଗୋଧୋଇବା ସମୟରେ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ। ସ୍ମରଣଯୋଗ୍ୟ ଗତ ମାସରେ ଭିସୁଟର ଜଣେ ପ୍ରଥମ ବର୍ଷର ଛାତ୍ରଙ୍କ ପାୱାର କେନାଲର ଅଠରହଜାରରେ ବୁଡ଼ି ମୃତ୍ୟୁ ହୋଇଥିଲା। ଏହାପରେ ଭିସୁଟ କର୍ତ୍ତୃପକ୍ଷ ହୀରାକୁଦ ଜଳଭଣ୍ଡା ଓ ପାୱାର କେନାଲର ୭ଟି ନିଷିଦ୍ଧ ଅଞ୍ଚଳ ଚିହ୍ନଟ କରି ଛାତ୍ରଛାତ୍ରୀଙ୍କ ନଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *