
ଆସିକା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ) : ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭି ଇଂଜିନିୟର ପବିତ୍ର ମୋହନ ପାଣିଗ୍ରାହୀ ଙ୍କୁ କାବୁ କରିଛି ଭିଜିଲାନ୍ସ l ପବିତ୍ର ଙ୍କ ସରକାରୀ କାର୍ଯ୍ୟାଳୟ,ସରକାରୀ ବାସଭବନ ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଆସିକା ତାଲୁକା ରୋଡ଼ ସ୍ଥିତ ପୈତୃକ ଘର ଓ ଚାଷ ଜମି ମାପଜୁପ କରି ସମ୍ପତି ର ଅକାଳନ କରିଛି l ବ୍ରହ୍ମପୁର ଭିଜିଲାନ୍ସ ଡ଼ିଏସପି ବୈଦେଇ ବେହରା ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ପବିତ୍ର ଙ୍କ ପୈତୃକ ବାସଭବନ ରେ ପହଞ୍ଚି ବିଭିନ୍ନ କାଗଜପତ୍ର ସହ ପରିବାର ସଦସ୍ୟ ଙ୍କୁ ପଚରା ଉଚରା କରିଛନ୍ତି l ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ଡ଼ିଏସପି ବୈଦେହୀ ବେହେରା, ଏଏସଆଈ ଡି ସଂଜୀବ ରେଡି, ଦୁର୍ଗା ପ୍ରସାଦ ହୋତା,ପ୍ରମୁଖ ଉପସ୍ଥିତ ଥିଲେ l