ଭଞ୍ଜନଗର: ବନ୍ଧୁକ ମୁନରେ ମାରିଦେବାକୁ ଧମକ ଦେଇ ଜଣେ ଗିରଫ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ବାଇବାଲି ଗ୍ରାମରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ ଦେବା ଅଭିଯୋଗରେ ବାଇବାଲି ଗ୍ରାମ ହରିଜନ ସାହିର ପଞ୍ଚାନନ ନାଇକଙ୍କୁ ଭଞ୍ଜନଗର ପୋଲିସ ଗିରଫ କରିବା ସହ ଏକ ଦେଶୀ ବନ୍ଧୁକ ଜବତ କରିଛି । ବାଇବାଲି ଗ୍ରାମ ହରିଜନ ସାହିର ଉଦୟ ନାଇକଙ୍କ ଲିଖିତ ଅଭିଯୋଗ ପ୍ରକାରେ ଅଭିଯୁକ୍ତ ପଞ୍ଚାନନ ଏକ ନଳୀ ବିଶିଷ୍ଟ ଦେଶୀ ବନ୍ଧୁକ ଦେଖାଇ ଉଦୟଙ୍କ ପରିବାରକୁ ଘର ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ କରୁଥିଲା ଏବଂ ଅନ୍ୟଥା ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଅଭିଯୋଗକାରୀ ଉଦୟଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଭାରତୀୟ ନ୍ୟାୟ ସଂହିତା ସେକ୍ସନ ୨୯୬, ୧୦୯, ୩୫୧(୨) ଏବଂ ଆର୍ମସ୍ ଆକ୍ଟ ସେକ୍ସନ ୨୫(୧- ଖ), ୨୭ ଅଧୀନରେ ପୋଲିସ କେସ ନଂ ୩୮୫/୨୫ ରୁଜୁ କରି ଅଭିଯୁକ୍ତ ପଞ୍ଚାନନ କୁ ଗିରଫ କରିବା ସହ ତା’ ଠାରୁ ଏକ ନଳୀ ବିଶିଷ୍ଟ ଦେଶୀ ବନ୍ଧୁକ ଜବତ କରିଥିବା ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ସୋମବାର କୋର୍ଟ ଚାଲାଣ କରାଯିବ ।

Leave a Reply

Your email address will not be published. Required fields are marked *