ବେଲଗୁଣ୍ଠା : ବିଷ୍ପୋରଣରେ ଶ୍ରମିକଙ୍କ ମୃତ୍ୟୁ ଘଟଣାବିଷ୍ପୋରକ ସାମଗ୍ରୀ ଜବତ,ଜଣେ ଗିରଫ

ବେଲଗୁଣ୍ଠା ୧୭/୦୪ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଜାଲଖାଇ ନିକଟ ବଡନଦୀ ଉପରେ ଚାଲିଥିବା ସେତୁ ନିର୍ମାଣ ସ୍ଥଳରେ ମଙ୍ଗଳବାର ପଥର ବିଷ୍ପୋରଣରେ ଡି.ଚେନ୍ନା ନାରାୟଣ ମୂର୍ତ୍ତି ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଥିଲେ।ଏହି ଘଟଣାରେ ପୋଲିସ ବୁଧବାର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତ ଜଣକ କୋଦଳା ଥାନା ଦିଗାପଡା ଗ୍ରାମର ଜଗନ୍ନାଥ ଦାସ ବୋଲି ଜଣାପଡିଛି। ଏହା ସହ ତା ନିକଟରୁ ବିପୁଳ ବିପୁଳ ବିଷ୍ପୋରକ ସାମଗ୍ରୀ ଜବତ ହୋଇଥିବା ଥାନା ଅଧିକାରିଣୀ ଶୁଭଲକ୍ଷ୍ମୀ ପୁଜାରୀ ସୁଚନା ଦେଇଛନ୍ତି।ସୁଚନାନୁସାରେ,ଆନ୍ଧ୍ରପ୍ରଦେଶ ଆମ୍ବେଦକର କନସିମା ଜିଲ୍ଲା ଅଧିନ ଚଲାବେରୁ ଗୋଲାବିଲିର ଡି ଚେନ୍ନା ନାରାୟଣ ମୂର୍ତ୍ତି ଗତ କିଛି ମାସ ହେବ ଜାଲଖାଇ ଠାରେ ଚାଲିଥିବା ସେତୁ ନିର୍ମାଣ କାମରେ ନିୟୋଜିତ ଥିଲେ।ସବୁଦିନ ଭଳି ସେ ମଙ୍ଗଳବାର ମଧ୍ୟ ସେତୁ ନିର୍ମାଣ କାମ କରୁଥିବା ସମୟରେ ନଦୀରେ ଥିବା ପଥର ବିଷ୍ଫୋରଣ ଘଟିଥିଲା।ଫଳରେ ଘଟଣାସ୍ଥଳରେ ହିଁ ଚିନ୍ନା ନାରାୟଣ ମୃତ୍ୟୁ ଘଟିଥିବା ବେଳେ ଏନ୍ କ୍ରିଷ୍ଣା ନାମକ ଜଣେ ଶ୍ରମିକ ଗୁରୁତର ହୋଇଥିଲେ। ବିଷ୍ପୋରଣ ର ଭୟାବହ ଏତେ ଅଧିକ ରହିଥିଲା ଯେ ଚେନ୍ନା ନାରାୟଣ ମୂର୍ତ୍ତି ଙ୍କ ମୃତ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଖଣ୍ଡ ଖଣ୍ଡ ହୋଇ ପଡିଥିଲା।ପରେ ସ୍ଥାନୀୟ ଶ୍ରମିକଙ୍କ ସହାୟତାରେ ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ ପଠାଇଥିଲେ।ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ କୁ ତାଙ୍କ ଗାଁ କୁ ପଠାଇବା ସହ ତାଙ୍କ ପୁଅଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।ବୁଧବାର ଏହି ଘଟଣାରେ ପୋଲିସ ଜଗନ୍ନାଥ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏହା ସହ ପଥର ବିଷ୍ପୋରଣ ରେ ବ୍ୟବହୃତ ବିପୁଳ ଡିଟୋନେଟର ଓ ଜିଲୋଟିନ୍ ଜବତ ହୋଇଛି।

Leave a Reply

Your email address will not be published. Required fields are marked *