ଭଞ୍ଜନଗର : ଦରମା ନ ପାଇଁ ଶିକ୍ଷକ ହନ୍ତସନ୍ତ ପଦୋନ୍ନତି ପାଇ ଚାଲିଗଲେ ବିଇଓ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ) : ଆଗାମୀ ଭବିଷ୍ୟତ ଗଠନ ରେ ଶିକ୍ଷକ ମାନଙ୍କ ରହିଥାଏ ପ୍ରମୁଖ ଭୂମିକା। କିନ୍ତୁ ସରକାର ଙ୍କ ଦୃଷ୍ଟି ଆଡୁହାଳ ରହିଯାଇଛନ୍ତି ଶିକ୍ଷକ ମାନେ। କମ ଦରମା ରେ ପରିବାର ପ୍ରତିପୋଷଣ କରନ୍ତି ସେମାନେ । ସେଥିରୁ ମାସିକ EMI, ଔଷଧ ଖର୍ଚ୍ଚ, ଘର ଭଡା। ହେଲେ ଏପ୍ରିଲ ମାସର ଅଧାଅଧି ହୋଇଗଲା କିନ୍ତୁ ଭଞ୍ଜନଗର ବ୍ଲକର ୭୦୦ ରୁ ଉର୍ଧ୍ଵ ପ୍ରାଥମିକ ଶିକ୍ଷକ ଦରମା ନ ପାଇ ହନ୍ତସନ୍ତ। କିଏ ବ୍ୟାଙ୍କ ରେ ଫାଇନ ବାନ୍ଧିଲାଣି ତ କାହା ଘର ଆଗରେ ମହlଜନ ହାଜିର ହେଲାଣି। ଏଭଳି ଏକ ପରିସ୍ଥିତି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକରେ।ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ରେ ଦରମା ହେଇ ଯାଇଥିବା ବେଳେ ଭଞ୍ଜନଗର ରେ ଏକ ବ୍ୟତିକ୍ରମ ସାଜିଛି। ସରକାର ଙ୍କ ସ୍ପଷ୍ଟ ନିର୍ଦେଶନାମା ରହିଛି ଯେ ମାସର ଶେଷ କାର୍ଯ୍ୟଦିବସ ରେ ଦରମା ପ୍ରଦାନ କରାଯିବା ପାଇଁ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ଭଞ୍ଜନଗର BEO ଏସ. ଧନଞ୍ଜୟ ଏପ୍ରିଲ ମାସ ୮ ତାରିଖରେ କାର୍ଯ୍ୟାଳୟ ରୁ ଅନ୍ତର ହୋଇଥିଲେ ମଧ୍ୟ କେଉଁ କାରଣରୁ ଦରମା ଦେଇପାରିନଥିଲେ ତାହା ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୪ରୁ ୫ମାସ ହେବ ଦରମା ପ୍ରଦାନ ରେ ବିଳମ୍ବ ଘଟୁଥିବା ଲକ୍ଷ କରି ସେ ଜାଣିଶୁଣି ଏପରି ବିଳମ୍ବ କରିଥିବା ଚର୍ଚ୍ଚା ର ପରିସର କୁ ଆସିଛି।ଏପ୍ରିଲ ୭ ତାରିଖରେ ବଦଳି ଓ ପଦୋନ୍ନତି ତାଲିକା ପ୍ରକାଶିତ ହେବା ପରେ BEO ମହୋଦୟ ୮ ତାରିଖରେ କାର୍ଯ୍ୟାଳୟରୁ ରିଲିଭ ହୋଇଗଲେ କିନ୍ତୁ ଟିକେ ଭାବିଲେନି ୭୦୦ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଚଳିବେ କିପରି ?ସାଧାରଣତଃ ପ୍ରତି ମାସର ୨୦ ତାରିଖ ପରେ ଦରମା ବିଲ ପ୍ରସ୍ତୁତ କରାଯାଇଥାଏ। ମାସ ଶେଷ ବେଳକୁ DDO ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ଦସ୍ତଖତ କରିବା ପରେ ଟ୍ରେଜେରୀ କୁ ପଠାଯାଇଥାଏ। ବର୍ତମାନ ଭଞ୍ଜନଗର ବ୍ଲକ ରେ କୌଣସି ନୂଆ BEO ଜଇନ ନ କରିବା ହେତୁ କି ଅନ୍ୟ କାହାକୁ ଏ ପର୍ଯ୍ୟନ୍ତ DDO ଦାଇତ୍ୱ ନ ମିଳିବା ହେତୁ ପ୍ରାଥମିକ ଶିକ୍ଷକ ମାନଙ୍କ ଦରମା କେବେ ହେବ ତାହା ସନ୍ଦେହରେ?ଶିକ୍ଷକ ମହଲରେ ଅସନ୍ତୋଷ ବ୍ୟାପିବା ସହ ତୁରନ୍ତ DDO ଦାଇତ୍ୱ ଅନ୍ୟ କୌଣସି ଅଧିକାରୀ ଙ୍କୁ ଦିଆଯାଇ ଯଥାଶୀଘ୍ର ଦରମା କରିବାକୁ ଦାବି ଉଠୁଛି ।

Leave a Reply

Your email address will not be published. Required fields are marked *