ଭଞ୍ଜନଗର : ଭାର ଉତୋଳନ ସମର କୋଚିଂ କେମ୍ପ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଯୋଜନା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ) : ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ପରୀକ୍ଷା ସରିବା ପରେ ଛାତ୍ରୀଛାତ୍ରମାନେଘରେ ବସି ରହୁଛନ୍ତି। ତେଣୁ ସେମାନଙ୍କ ମଧ୍ୟରେ ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟର ସମସ୍ତ ଇଣ୍ଡୋର ଷ୍ଟାଡିୟମରେ ବିଭିନ୍ନ ପ୍ରକାର ମାଗଣା ତାଲିମ ଶିବିର ବର୍ତ୍ତମାନ ଚାଲିଛି। ଏହିଭଳି ଭଞ୍ଜନଗର ଇଣ୍ଡୋର ଷ୍ଟାଡିୟମରେ ଗତ ୧୫ ତାରିଖରୁ ଭାର ଉତ୍ତୋଳନ ସମର କୋଚିଂ କ୍ୟାମ୍ପ ଚାଲିଛି। ଏହା ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଗଞ୍ଜାମ ଜିଲା ଭାର ଉତ୍ତୋଳନ ସଙ୍ଘର କୋଚ ପ୍ରକାଶ ଚନ୍ଦ୍ର ସାହୁଙ୍କ ପ୍ରଚେଷ୍ଟାରେ ଏହି ଶିବିର ଜିଲାର ବିଭିନ୍ନ ଇଣ୍ଡୋର ଷ୍ଟାଡିୟମରେ ଚାଲିଛି। ଭଞ୍ଜନଗର କ୍ୟାମ୍ପରେ ୮ ବର୍ଷରୁ ୧୫ ବର୍ଷର ଛାତ୍ରୀଛାତ୍ର ମାନେ ତାଲିମ ନେଉଛନ୍ତି। ଦୈନନ୍ଦିନ ଅପରାହ୍ନ ୩ ଟା ରୁ ୫ ଟା ପର୍ଯ୍ୟନ୍ତ ଶିବିର ଚାଲୁଛି। ପିଙ୍କି ପାଣିଗ୍ରାହୀ ଛାତ୍ରୀଛାତ୍ର ମାନକୁ ତାଲିମ ଦେଉଥିବା ବେଳେ ତାଙ୍କୁ ଦିନେଶ ନାୟକ, ସୁନେଲିକ ଦାସ, ଶିବା ରାଓ ପ୍ରମୁଖ ସହଯୋଗ କରୁଛନ୍ତି। ଅର୍ଜୁନ ପୁରସ୍କାର ପ୍ରାପ୍ତ କେ. ରବି କୁମାର ନେତୃତ୍ୱରେ ସମଗ୍ର ରାଜ୍ୟରେ ଏହି ଶିବିର ବର୍ତ୍ତମାନ ଚାଲିଛି ।

Leave a Reply

Your email address will not be published. Required fields are marked *