ପହଲଗାମ ଆତଙ୍କୀ ହମଲା ପରେ ସାଉଦ ଆରବ ଗସ୍ତ ଅଧାରୁ ଫେରିଲେ ମୋଦି, ଡୋଭାଲ ଓ ଜୟଶଙ୍କରଙ୍କ ସହ ବୈଠକ

ନୂଆଦିଲ୍ଲୀ: ହୃଦୟବିଦାରକ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ସାଉଦ ଆରବ ଗସ୍ତରେ ଥିବା ବେଳେ ଅଧାରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତରେ ପହଞ୍ଚିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ କରିଛନ୍ତି ମୋଦି । ପହଲଗାମ ଆତଙ୍କୀ ହାମଲାକୁ ନେଇ ସାଉଦି ଆରବ ଗସ୍ତ ଅଧାରୁ ବାତିଲ କଲେ ମୋଦି । ବିଳମ୍ବିତ ରାତିରେ ଫେରିଲେ ଭାରତ । ମଙ୍ଗଳବାର ଦିନ ସାଉଦି ଆରବରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କ ଗସ୍ତକୁ ଅଧାରୁ ବାତିଲ କରିଛନ୍ତି । ସେ ଅଫିସିଆଲ ଡିନରରେ ଯୋଗ ନ ଦେବା ସହ ଆଜି ସକାଳେ ହିଁ ଭାରତ ଆସି ପହଞ୍ଚିଛନ୍ତି ।

ଜମ୍ମୁ କାଶ୍ମୀର ପାହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି । ଆଜି(ବୁଧବାର) ସକାଳେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯୁବରାଜ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଥିଲେ । କିନ୍ତୁ, ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଫେରିଛନ୍ତି ।

ସରକାରୀ ସୂତ୍ର ଅନୁଯାୟୀ, ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣା ଜାଣିବା ପରେ ପ୍ରଧାନମନ୍ତ୍ରୀ ମୋଦି, ସାଉଦି ଆରବ ଦ୍ୱାରା ଆୟୋଜିତ ସରକାରୀ ରାତ୍ରୀଭୋଜନକୁ ବାତିଲ କରିଥିଲେ । ତାଙ୍କ ଗସ୍ତକୁ ଅଧାରୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ସେ ବୁଧବାର ରାତିରେ ଫେରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ, ମଙ୍ଗଳବାର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ସେ ବୁଧବାର ସକାଳେ ଭାରତରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *