
ଭଞ୍ଜନଗର( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ବିଭିନ୍ନ ଅପରାଧିକ ଘଟଣା, କେତେବେଳେ ମନ୍ଦିର ରୁ ଚୋରି ତ କେତେବେଳେ ଲୁଟ, ହତ୍ୟା ଭଳି ସଙ୍ଗିନ ଅପରାଧ ତ କେତେବେଳେ ଗଞ୍ଜେଇ, ମଦ ଭଳି ମାଦକ ଦ୍ରବ୍ୟ କିନ୍ତୁ ଏସବୁରେ ଲାଗିଛି ରୋକ।ଭଞ୍ଜନଗର ଥାନା କୁ ନୂତନ ଥାନାଧିକାରୀ ଭାବେ ଜୀବନାନନ୍ଦ ଜେନା ଯୋଗ ଦେବା ପରେ ଛନକା ପଶିଛି ଅପରାଧୀଙ୍କ ମଧ୍ୟରେ। ନୂତନ ଥାନାଧିକାରୀ ନିଜର ବୃଦ୍ଧି ବଳରେ ମନ୍ଦିର ଲୁଟ କରୁଥିବା ଚୋର କୁ ଧରି ଛନ୍ତି,ସେହିପରି ମାଦକ ଦ୍ରବ୍ୟ ଚାଲାଣ କାରୀଙ୍କୁ ନିଜ ଟିମ ଦ୍ୱାରା ଗୋଡ଼ାଇ ଗୋଡ଼ାଇ ଧରୁଛନ୍ତି।ସେହିପରି ଗତ ମଙ୍ଗଳବାର ଚୋରା ବନ୍ଧୁକ ରଖୁବା ଏବଂ ସହଯୋଗ କରିବା ଅଭିଯୋଗରେ ତିନି ଜଣ କୁ ଗି ର ଫ କରିଥିଲା I ସେମାନେ ହେଲେ ଭଞ୍ଜନଗର ଏନଏସି ରୋଡର ଡି.ମୁନା ରାଓ ଏବଂ ଲାଳସିଂ ର ତୋଫାନ ଭୂୟାଁ ଓ ଚିନୁ ପାତ୍ର ।
ସେମାନଙ୍କ ଠାରୁ ୨ ଟି ଚୋରା ବନ୍ଧୁକ ସହ ୪ ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ସୂଚନା ଅନୁସାରେ ସାରେ ,ଡି.ମୁନା ରାଓ ଏବଂ ତୋଫାନ ଭୂୟାଁଙ୍କ ନାମରେ ପୂର୍ବରୁ ୱାରେଣ୍ଟ ଥିଲା I ତେଣୁ ସେମାନଙ୍କୁ ଧରିବା ପାଇଁ ଭଞ୍ଜନଗର ପୋଲିସ ଏକାଧୂକ ସ୍ଥାନରେ ଚଢ଼ାଉ କରି ଥିଲା ଭଞ୍ଜନଗର ଥାନା ଅଧା କାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢ଼ାଉ କରି ସେମାନଙ୍କୁ ୱାରେଣ୍ଟ ବଳରେ ଗିରଫ କରିଥିଲା I ସେହି ସମୟରେ ସେମାନଙ୍କ ଠାରୁ ୨ ଟି ବନ୍ଧୁକ ଓ ଜୀବନ୍ତ ଗୁଳି ମିଳିଥିଲା । ଏଥି ସହ ଅଭିଯୁକ୍ତ ଦ୍ବୟ ଙ୍କ ବୟାନ ଅନୁସାରେ ପୋଲି ଚିନୁ ପାତ୍ରଙ୍କୁ ତାଙ୍କ ସହଯୋଗୀ ଭାବେ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା କଥା ଥାନାଧୂକାରୀ ଜିବନାନନ୍ଦ ଜେନା ସୂଚନା ଦେଇଛନ୍ତି ।
ସେହିପରି ଆଜି ପୁଣି ଦୁଇ ଜଣଙ୍କୁ ମାରଣାସ୍ତ୍ର ରଖିବା ଅପରାଧରେ ଗିରଫ କରିଛି।ସେମାନେ ହେଲେ ଭଞ୍ଜନଗର ଲଣ୍ଡେଇ ସାହି ର ସୁର୍ଯ୍ୟ ପ୍ରଧାନ ,ପିତା ଅରକ୍ଷିତ ପ୍ରଧାନ,ରମେଶ ନାୟକ ଶରଣକୁଳ ଅଞ୍ଚଳରେ ତାର ଘର ବୋଲି ଜଣାପଡିଛି।ଏହି ଅପରାଧୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି।ତେଣୁ ଏଠାରେ ନିଶ୍ଚିତ ଭାବେ କହିବାକୁ ଗଲେ ବର୍ତ୍ତମାନ ଭଞ୍ଜନଗର ଅଞ୍ଚଳ ର ଅପରାଧି ମାନଙ୍କ ମଧ୍ୟରେ ଛନକା ପସିଥିବା ବେଳେ ଭଞ୍ଜନଗର ଜନ ସାଧାରଣ ନିର୍ଭୟରେ ରହୁଛନ୍ତି। ଥାନାଧିକାରୀ ଶ୍ରୀ ଜେନାଙ୍କୁ ଏ ବିଷୟରେ ପଚାରିବାରୁ ସବୁ ର ଶ୍ରେୟ ଗଞ୍ଜାମ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଏସଡ଼ିପିଓ ସୁଜିତ କୁମାର ନାୟକ ଙ୍କୁ ଦେଇଛନ୍ତି। ଓ ଶ୍ରୀ ଜେନା କହିଛନ୍ତି ଭଞ୍ଜନଗର ଥାନାର ସମସ୍ତ ଅଫିସର ଙ୍କ ସହଯୋଗ ରେ ଏହି ସବୁ କାମ ସମ୍ଭବ ହୋଇପାରିଛନ୍ତି ।