ଭଞ୍ଜନଗର : କୁଲାଡ଼ ବ୍ୟାଘ୍ରଦେବି ମନ୍ଦିର ଚୋରୀ ପରେ ହୋମଯଜ୍ଞ ଅନୁଷ୍ଠିତ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଦେବୀଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିଲା। କିନ୍ତୁ ଦେବୀଙ୍କ ଆଖି ଓ ଜିଭ ଚୋରୀ ହୋଇନାହିଁ। ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି। ଅନ୍ୟପଟେ ରବିବାର ଦେବୀଙ୍କ ସମ୍ମୁଖରେ ଗ୍ରହଶୁଦ୍ଧି ପାଇଁ ହୋମଯଜ୍ଞ ଚାଲିଛି। ମନ୍ଦିର ପୂଜାରୀ ପୂଜା କାର୍ଯ୍ୟ ଚଳାଇଛନ୍ତି। ଦୁର୍ବୃତ୍ତମାନେ ଦେବୀଙ୍କୁ ଛୁଇଁଥିବା ଯୋଗୁ ଏହିଭଳି ପୂଜାର୍ଚ୍ଚନା କରାଯାଉଛି ବୋଲି ମନ୍ଦିର କର୍ମକର୍ତ୍ତା ଶିବ ପ୍ରସାଦ ସାହୁ ଏଠାରେ ସୂଚନା ଦେଇଛନ୍ତି।ଶୁକ୍ରବାର ରାତିରେ ଦେବୀଙ୍କ ୩୫ଟି ରୂପା ଆଖି, ୩ଟି ସୁନା ଚିତା, ୨ଟି ରୂପା ଭୁଲର୍ତା ଚୋରୀ ହୋଇଛି। ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ। ମାତ୍ରୁ ଦୃର୍ବୁତ୍ତ ମାନେ ଆହୁରି କିଛି ଅଳଙ୍କାର ଛାଡି ଚାଲି ଯାଇଥିଲେ। ୪ ଜଣ ଦୃର୍ବୁତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡିଛି।ସମ୍ପୃକ୍ତ ଅଞ୍ଚଳର ଦୃର୍ବୁତ୍ତ ମାନେ ହିଁ ଏହି କାଣ୍ଡ ଘଟାଇଥିବା ଆଶଙ୍କା କରାଯାଉଛି। ପୋଲିସ ବିଭିନ୍ନ ଦିଗକୁ ଆଧାର କରି ତଦନ୍ତ ଚଳାଇଛି।ସୂଚନା ଯୋଗ୍ୟ, ଭଞ୍ଜ ରାଜବଂଶର ଅଧିଷ୍ଠାତ୍ରୀ ଦେବୀ ଭାବେ ବ୍ୟାଘ୍ର ଦେବୀ ପରିଚିତ । ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଥିଲା । ବହୁ ପୁରାତନ ଏହି ମନ୍ଦିରରୁ ଚୋରିକୁ ନେଇ ସଂପୃକ୍ତ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *