
ବୁଗୁଡା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ) : ପୋଲସରା ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ମାତା ସ୍ବର୍ଗତ ମାଳତୀ ଦେବୀଙ୍କ ଦ୍ବାଦଶହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟର ଯୋଗୋ ଆସିଥିଲେ।ମୁଖ୍ୟମନ୍ତ୍ରୀ ଅପରାହ୍ନରେ ଘୋଳପୁର ଗ୍ରାମର ପଡ଼ିଆରେ ଅବତରଣ କରିବା ପରେ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ପାଛୋଟି ନେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମନ୍ତ୍ରୀ ରବି ନାୟକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବିଧାୟିକା ଉପାସନା ମହାପାତ୍ର, ବିଧାୟକ ପ୍ରତାପ ନାୟକ, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଧାୟକ ରମେଶ ଚନ୍ଦ୍ର ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ଡାକ୍ଟର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରାଙ୍କ ସମେତ ବହୁ ଲୋକପ୍ରତିନିଧୂଙ୍କ ସମେତ ପ୍ରାୟ ୩୦ ହଜାର ଜନସାଧାରଣ ଯୋଗଦେଇ ସ୍ବର୍ଗତ ମାଳତୀ ମଳିକଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରି ଆତ୍ମାର ସଦ୍ଗତି କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଗୁଡା ବ୍ଳକର ନିହାତି ପଲ୍ଲୀ ଗ୍ରାମ ଘୋଳପୁର ଗ୍ରାମରେ ପହଁଚିଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖୁବାକୁ ମିଳିଥିଲା ।