
ଭଞ୍ଜନଗର (ଅରକ୍ଷିତ ପରିଛା , ଓଡ଼ିଶା ଟୁଡେ) : ନିଜ ଜନ୍ମଦିନ କୁ ଆଜିକିଲି ଲୋକମାନେ ମୌଜ କରି ଭୋଜି କରି କେକ କାଟି ପାଳନ କରନ୍ତି କିନ୍ତୁ ନିଜ ଜନ୍ମଦିନ କୁ ସମାଜ ସେବାରେ ନୟୋଜିତ କରିଥିବା ଜଣେ ସମାଜସେବି ହେଉଛନ୍ତି ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମ ର ପୂର୍ବତନ ସରପଞ୍ଚ ତଥା ବର୍ତମାନ ର ଡ଼ିଅରଡିଏ ସାଂସଦ ପ୍ରତିନିଧି ଶିବଶଙ୍କର ପ୍ରଧାନ। ନିଜ ଜନ୍ମଦିନ ରେ ବିପଦର ବନ୍ଧୁ ସ୍ବେଛାସେବୀ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ଦ୍ୱାରା କୁଲାଡ଼ ପଞ୍ଚାୟତ ର ଚଣ୍ଡୀ ପାଟଣା, ଗଜାପଦର, ନୀଳାଦ୍ରି ପୁର ହରିଜନ ସାହି ରେ ପିଲାମାନଙ୍କୁ ପାଠ୍ୟପକରଣ, ଶୁଖିଲା ଖାଦ୍ୟ ଦେବା ସହ ଚଣ୍ଡୀପାଟଣା ର ବାପ ଛେଉଣ୍ଡ ୪ ଅନାଥ ଶିଶୁ ମାନଙ୍କୁ ଚାଉଳ ଓ ବସ୍ତ୍ର ପ୍ରଦାନ କରିଛନ୍ତି। ଶିବଶଙ୍କର ଜଣେ ବରିଷ୍ଠ ଆମାଜସେବୀ ଭାବେ ଭଞ୍ଜନଗର ଆଞ୍ଚଳ ରେ ବେଶ ଜଣାଶୁଣା। ଏପରି କାର୍ଯ୍ୟ ପାଇଁ ତାଙ୍କୁ ସ୍ଥାନୀୟ ଲୋକ ବେଶ ପ୍ରଶଂସା କରିଛନ୍ତି ।