କଳାହାଣ୍ଡି : ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ) : ଭବାନୀପାଟଣା ତା 30.4.2025- ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷକ ଦିବସ ସମାରୋହ କୃଷି ବିଜ୍ଞାନକେନ୍ଦ୍ର ଭବାନୀ ପାଟଣା,ଠାରେ ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା କୃଷି ବିଭାଗ ତରଫରୁ ପୂଜ୍ୟ ପୂଜା କରାଯାଇ ଧାନ ମୁଠି ଆନୁକୁଲ କରାଯାଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା କୃଷି କ୍ଷେତ୍ରରେ ଧାନ ମୁଠି ଅନୁକୂଳ କରି ହଳ କରିଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ରର ସଭା ଗୃହରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,କୃଷି ମହାବିଦ୍ୟାଳୟ ର ଡିନ ଶାନ୍ତନୁ କୁମାର ତ୍ରିପାଠୀ, ବରିଷ୍ଟ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଅମିତାଭ ପଣ୍ଡା, ନିର୍ଦେଶକ ଜଳ ଛାୟା ପ୍ରକଳ୍ପ, ପ୍ରଭାକର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଆତ୍ମା ଅଧ୍ୟକ୍ଷ ଜୁନାଗଡ, ଅଶୋକ କୁମାର ପଟନାୟକ,ଅତିରିକ୍ତ ଜିଲ୍ଲା କୃଷି କମଳ ଲୋଚନ ନାୟକ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷି ଅଧିକାରୀ କୃଷି ବିଭାଗ ଅଜୟ କୁମାର ମାରାଣ୍ଡି ପ୍ରମୁଖ ଯୋଗଦେଇ ଅକ୍ଷୟ ତୃତୀୟା, କୃଷକ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପରିଡା ସ୍ଵାଗତ ଅଭିଭାଷଣ ରେ କୃଷକ ଦିବସ ପାଳନ ସମ୍ପର୍କରେ ଉଲ୍ଲେଖ କରି ପବିତ୍ର ଅକ୍ଷୟ ତୃତୀୟା ଦିନ ଆଖି ମୁଠି ଅନୁକୂଳ କରି ଖରିଫ ଚାଷ ଆରମ୍ଭ କରାଯାଇ ଥାଏ,କୃଷକ ଭାଇମାନେ ଠିକ୍ ସମୟରେ ପାଗ ଦେଖି ଆଧୁନିକ ପ୍ରଣାଳୀ ରେ ଚାଷ କରି ଅଧିକ ଲାଭବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ତାଙ୍କର ବକ୍ତବ୍ୟରେ ମାନବ ସଭ୍ୟତା ପ୍ରଥମେ ନଦୀକୂଳରେ ବସବାସ କରି କୃଷିକାର୍ଯ୍ୟ ରୁ ହିଁ ଆରମ୍ଭ ହୋଇଥିଲା।ଅର୍ଥନୀତି ର ବ୍ୟବସ୍ଥା କୁ ସୁଦୃଢ଼ କରେ କୃଷି, କୃଷକ ଭାଇମାନେ ଆଧୁନିକ କୃଷି ପ୍ରଣାଳୀ ଆପଣାଇ ଚାଷ କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ କୁ ସୁମିତ୍ରା ଶର୍ମା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *