
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ି ପଞ୍ଚାୟତ ଘର ଶିଳାନ୍ୟାସ ହୋଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ, ଗ୍ରାମାଞ୍ଚଳର ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ରାଜ୍ୟର ଡବଲ ଇଞ୍ଜିନ ସରକାର ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ଦେବାସହ ଅନୁଦାନ ମଧ୍ୟ ପର୍ଯ୍ୟାପ୍ତ ଦେଉଛନ୍ତି। ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମର ଉନ୍ନତିକରଣ ପାଇଁ ଅର୍ଥର ଅଭାବ ନାହିଁ ବୋଲି ବିଧାୟକ କହିଥିଲେ। ଏଥିସହ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ କହିଥିଲେ ।