ଭଞ୍ଜନଗର : ଶିକ୍ଷକ ମାନଙ୍କ ବନ୍ଧୁ ମିଳନ ଯୋଗଦେଲେ ବିଧାୟକ

ଭଞ୍ଜନଗର (ଅରକ୍ଷିତ ପରିଛା, ଓଡ଼ିଶା ଟୁଡେ): ବନବିହାର ଠାରେ ଭଞ୍ଜନଗର ଶିକ୍ଷକ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର ଏବଂ ଡିଆରଡିଏ ସାଂସଦ ପ୍ରତିନିଧି ଶିବଶଙ୍କର ପ୍ରଧାନ, କୁବେର ପ୍ରଧାନ ଧୋବା ଗୌଡ଼, ଉପେନ୍ଦ୍ର ପ୍ରଧାନ ଯୋଗଦେଥିଲେ। ଶିକ୍ଷକ ମନେ ହେଲେ ଆଗାମୀ ଭବିଷ୍ୟତ ର ମେରୁଦଣ୍ଡ ତେଣୁ ଆପଣମାନଙ୍କ ମଧ୍ୟରେ ଏକତା ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି ବିଧାୟକ କହିଥିଲେ। ଭଞ୍ଜନଗର ବ୍ଲକ ର ବିଦ୍ୟାଳୟ ମାନଙ୍କର ଉର୍ନତି ପାଇଁ ବର୍ତମାନ ୭୫ କୋଟି ଟଙ୍କା ବର୍ତମାନ ବ୍ୟୟ ବରାତ ହୋଇଛି ଆପଣମାନଙ୍କ ଯାହା ସମସ୍ୟା ରହିଛି ନିର୍ଦ୍ବନ୍ଦ ଜଣାଇବାକୁ ବିଧାୟକ ଅନୁରୋଧ କରିଥିଲେ। ଶିକ୍ଷକ ଦେବି ପ୍ରସାଦ ଦାସ ସଭା ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *