
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗର ସହରରେ ବହୁ ପୁରାତନ ସଂଗଠନ ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଅନୁଷ୍ଠାନ ର ସଭାପତି ସୋମନାଥ ନାୟକଙ୍କ ଙ୍କ ସହ ଅନ୍ୟ କର୍ମକର୍ତା ମାନେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହ ଦୀର୍ଘଦିନ ଧରି ଥାନାରେ ପଡି ରହିଥିବା ବରିଷ୍ଠ ନାଗରିକ ମଞ୍ଚ ସଦସ୍ୟ ମାନଙ୍କର ପରିଚୟ ପତ୍ର ସମ୍ପର୍କିତ ଦରଖାସ୍ତ ଗୁଡ଼ିକ ଛତ୍ରପୁର ଏସପିଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ଅନୁରୋଧ କରିଥିଲେ।ଏଥିସହ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟରେ ଯାହା ତାଙ୍କ ଦୃଷ୍ଟିକୁ ଅଣାଯିବ ସେଗୁଡ଼ିକ ଅଗ୍ରାଧିକାର ଭିତ୍ତିରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ଆଇଆଇସି ଶ୍ରୀ ଜେନା ପ୍ରତିଶୃତି ଦେଇଥିବା ଜଣାପଡିଛି। ମଞ୍ଚର ପ୍ରତ୍ୟେକ ମାସିକ ବୈଠକରେ ମଧ୍ୟ ଶ୍ରୀ ଜେନା ଯୋଗଦାନ କରିବାକୁ ଯଥାସାଧ୍ୟ ଚେଷ୍ଟାକରିବେ ବୋଲି ମଧ୍ୟ କଥା ଦେଇଛନ୍ତି। ଏଇ କାର୍ଯ୍ୟକ୍ରମରେ ସମ୍ପାଦକ ରବିନାରାୟଣ ସାମନ୍ତ, କୋଷାଧ୍ୟକ୍ଷ ସୁରେନ୍ଦ୍ର ବେହେରା ଓ ଅନ୍ୟ କାଯ୍ୟକାରୀ ସଦସ୍ୟମାନେ ଉପସ୍ଥିତ ଥିଲେ ।