ଭଞ୍ଜନଗର : ସୁନିତାଙ୍କ ବିବାହରେ ସାହାର୍ଯ୍ୟର ହାତ ବଢ଼େଇଲା ବିପଦର ବନ୍ଧୁ ଓଡିଶା…

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ସମାଜରେ ପ୍ରତ୍ୟେକ ପ୍ରାଣୀର ଅନେକ ଅକୁହା କାହାଣୀ ଥାଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମର ସୁନିତା ବେହେରା, ବୟସ ୪୩, ଜନ୍ମରୁ ଭିନ୍ନକ୍ଷମ ଏବଂ ଜୀବନ ବାଟରେ ବାପା ଙ୍କୁ ହରାଇଛନ୍ତି ମା ପକ୍ଷାଘାତ ରୋଗରେ ଆକ୍ରାନ୍ତ ସମ୍ପୂର୍ଣ୍ଣ ଅନାଥ ଓ ଅସହାୟ। ଜୀବନ ଯୁଦ୍ଧରେ ଏକା ଏକା ସଂଗ୍ରାମ କରି କରି ହତାଶ ହୋଇପଡିଥିବା ସୁନିତାଙ୍କ ହାତ ଧରି ଜୀବନକୁ କିଛି ମାତ୍ରାରେ ସହଜ କରିବାକୁ ତାଙ୍କ ବିପଦର ବନ୍ଧୁ ସାଜି ଜଣେ ସହୃଦୟ ବ୍ୟକ୍ତି ଟୁକୁନା ବେହେରା ଗତ ୧୩ ତାରିଖରେ ତାଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହର ଖର୍ଚ୍ଚ ଉଠେଇବାରେ ଅସମର୍ଥ ଭଉଣୀ ତାଙ୍କର ଏ ଅକୁହା କାହାଣୀ ଆମକୁ ଜଣାଇଥିଲେ। ଯଦିଓ ବିପଦର ବନ୍ଧୁ ଓଡିଶା ଯୌତୁକ ପ୍ରଥାକୁ ବିରୋଧ କରି ଆସୁଛି, ଅନୁଷ୍ଠାନ ସଦସ୍ୟ ମାନଙ୍କ ଭଉଣୀର ବାହାଘରକୁ ସାମାଜିକ ମାନ୍ୟତା ଦେବା ପାଇଁ ଆବଶ୍ୟକୀୟ ସାମଗ୍ରୀ, ଏବଂ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା କିଛି ସାମଗ୍ରୀ ଉପହାର ରୂପେ ଭିତ୍ତିରେ ସଦସ୍ୟମାନେ ଗତ ମଙ୍ଗଳବାର ଦିନ ସୁନିତା ଭଉଣୀଙ୍କ ଘରେ ପହଞ୍ଚି ଉକ୍ତ ସାମଗ୍ରୀଗୁଡିକୁ ପ୍ରଦାନ କରିଥିଲେ। ସଂଗଠନର ଏଭଳି ଆନ୍ତରିକତାରେ ସୁନିତା ଭଉଣୀ ଆବେଗପ୍ରବଣ ହୋଇ ସଂଗଠନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ। ସହଯୋଗ ରଖିଥିବା ପ୍ରତ୍ୟେକ ବିପଦର ଭାଇ ମାନଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *